ରଣବୀର୍‌ ସିଂହ ନିଜର  ଆଠ ବର୍ଷର କ୍ୟାରିଅର୍‌କୁ ନେଇ ଖୋଲିଲେ ଏହି ରାଜ୍‌ !

ରଣବୀର୍‌ ସିଂହ ନିଜର  ଆଠ ବର୍ଷର କ୍ୟାରିଅର୍‌କୁ ନେଇ ଖୋଲିଲେ ଏହି ରାଜ୍‌ !

ମୁମ୍ବାଇ: ଅଭିନେତା ରଣବୀର ସିଂହ ଏବେ  ୩୨ ବର୍ଷରେ ପଦାର୍ପଣ କରିଛନ୍ତି ।  ବଲିଉଡ୍‌ରେ ମଧ୍ୟ ସେ ତାଙ୍କର ଆଠ ବର୍ଷର ଯାତ୍ରା ଶେଷ କରିଛନ୍ତି। ଏଥିସହିତ ଅଭିନେତା ରଣବୀର୍‌ ‘ଗୋଲିଓଁ କି ରାସଲୀଳା-ରାମ-ଲୀଲା’,‘ବାଜିରାଓ ମସ୍ତାନୀ’ଏବଂ ‘ପଦ୍ମାବତ୍‌’ ଭଳି ବ୍ଲକ୍‌ବଷ୍ଟର ଫିଲ୍ମ ଦେଇଛନ୍ତି। ତେବେ ଏହି ଆଠ ବର୍ଷର କ୍ୟାରିଅର୍‌ରେ ସଫଳତା ପାଇବାକୁ ଯାଇ  ଅଭିନେତା ରଣବୀର୍‌ ତାଙ୍କ ଜୀବନର   କିଛି ହରାଇଲା ପରେ ହିଁ ମିଳିଛି ବୋଲି କହିଛନ୍ତି।

ଅଭିନେତା ରଣବୀର୍‌ ସିଂହ ୨୦୧୦ରେ ଫିଲ୍ମ ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ଦର୍ଶକ ତାଙ୍କୁ ‘ଲେଡିଜ୍‌ ବର୍ସେଜ ରିକି ବହଲ’,‘ଲୁଟେରା’,‘କିଲ୍‌ ଦିଲ୍‌’,‘ଗୁଣ୍ଡେ’,‘ବେଫିକ୍ରେ’ଏବଂ ‘ଦିଲ୍‌ ଧଡକ୍‌ନେ ଦୋ’ଭଳି ହିଟ୍‌ ସିନେମାରେ ଦେଖିବାକୁ ପାଇଥିଲେ। ତେବେ ଷ୍ଟାର୍‌ ହେବାକୁ ନେଇ ଅଭିନେତା ରଣବୀର ସିଂହଙ୍କୁ କେଉଁ ମୂଲ୍ୟ ଦେବାକୁ ପଡ଼ିଥିବାର ଉତ୍ତରରେ ସେ ତାଙ୍କ ଜୀବନରେ ଛୋଟ ଛୋଟ ମୂଲ୍ୟ ଦେବା ପରେ ହିଁ ଏହି ସଫଳତା ପ୍ରାପ୍ତି  କରିଛନ୍ତି ବୋଲି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଜଣାଇଛନ୍ତି। ଏଥିସହିତ ଜୀବନରେ ସଫଳତା ପାଇବାକୁ ହେଲେ ନିଜର କାମ ପ୍ରତି ନିଷ୍ଠା,ଭଲପାଇବା ନିହାତି ଦରକାର ବୋଲି ସେ କହିଛନ୍ତି।

publive-imageଅଭିନେତା ରଣବୀର୍‌ ସିଂହଙ୍କ ଅଭିନୀତ  ୩ଟି ଫିଲ୍ମ ‘ସିମ୍ବା’,‘ଗଲିବୟ୍‌’ଏବଂ ‘୮୩’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe