ମୁମ୍ବାଇ: ବର୍ଷର ଶେଷ ମାସରେ ମୁକ୍ତିଲାଭ କରିଥିବା ବଲିଉଡ ଷ୍ଟାର ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର" ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି। ରିଲିଜ୍ ହେବା ପରଠାରୁ ଫିଲ୍ମର ଚରିତ୍ର, ଗୀତ ଓ କାହାଣୀର ପ୍ରଶଂସା ଚାରିଆଡ଼େ। ସୋସିଆଲ ମିଡ଼ିଆକୁ ହାଇଜାକ୍ କରିନେଇଛି ଫିଲ୍ମର ଗୀତ। ଫୋନ ଖୋଲିବା ମାତ୍ରେ ଫିଲ୍ମର ବିଭିନ୍ନ ଗୀତ ଆଖି ଆଗରେ ପଡ଼ୁଛି। ଦିନକୁ ଦିନ ଅଧିକ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ବେଳେ ଏହାର ପ୍ରଭାବ ଫିଲ୍ମର ଆୟରେ ପଡ଼ିଛି। ମୁକ୍ତିଲାଭର ୬ଦିନ ପରେ, ଫିଲ୍ମଟି ୧୮୦କୋଟି ପାର୍ କରିସାରିଛି।
କେଉଁ ଦିନ ହୋଇଥିଲା କେତେ ଆୟ?
ଶୁକ୍ରବାର ଦିନ ଏହି ସ୍ପାଏ-ଥ୍ରିଲରଟି ରିଲିଜ୍ ହୋଇଥିବା ବେଳେ ୨୮ କୋଟି ଟଙ୍କାରୁ ଫିଲ୍ମର ଆୟ ଆରମ୍ଭ ହୋଇଥିଲା। ଶନିବାର ଦିନ ଏହା ୩୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ରବିବାର ଦିନ ଫିଲ୍ମଟି ୪୩ କୋଟି ଟଙ୍କା ଆୟ କରିଥିଲା। ସୋମବାର ଲୋକଙ୍କ ବ୍ୟସ୍ତବହୁଳ ଜୀବନ ଆରମ୍ଭ ହେଉଥିବାରୁ ଆୟ ଟିକେ କମ୍ ହୋଇଥିଲା। ସୋମବାର ଫିଲ୍ମଟି ୨୩.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ମଙ୍ଗଳବାର ଦିନ ଏହା ୨୭ କୋଟି ଟଙ୍କା ଏବଂ ବୁଧବାର ଦିନ ୨୬.୫୦ କୋଟି ଟଙ୍କା ରୋଜଗାର କରିଥିଲା। ଛଅ ଦିନର ମୋଟ ଆୟ ଏବେ ୧୮୦ କୋଟି ଟଙ୍କାରେ ପହଞ୍ଚିଛି।
ପସନ୍ଦ ଆସୁଛି ପ୍ରତ୍ୟେକ କଳାକାରଙ୍କ ଅଭିନୟ
ଫିଲ୍ମ ରିଲିଜ୍ ପରେ ଏହାର କାହାଣୀ ଓ ଏଥିରେ ଥିବା କଳାକାର ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି। ଅନେକ ଫ୍ଲପ ଫିଲ୍ମ ଦେବା ପରେ ରଣବୀର ଏବେ ଏହି ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି। ଫିଲ୍ମର ରଣବୀରଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଅକ୍ଷୟ ଖାନ୍ନା, ଆର୍. ମାଧବନ, ସଞ୍ଜୟ ଦତ୍ତ, ସାରା ଅର୍ଜୁନଙ୍କ ଭଳି କଳାକାର କାମ କରିଛନ୍ତି।
ଆହୁରି ପଢ଼ନ୍ତୁ: Absconding Goa club owner: ଗୋଆ କ୍ଲବ ମାଲିକଙ୍କ ପାସପୋର୍ଟ ରଦ୍ଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/11/new-project-1-2025-12-11-11-18-06.jpg)