ମୁଁ ସେୟାର କରିନଥିଲି, କେହି ମୋର ଫଟୋ ଏଡିଟ କରି ସୋସିଆଲ ମିଡିଆରେ ଛାଡ଼ିଛି: ରଣବୀର ସିଂହ

Advertisment
ମୁଁ ସେୟାର କରିନଥିଲି, କେହି ମୋର ଫଟୋ ଏଡିଟ କରି ସୋସିଆଲ ମିଡିଆରେ ଛାଡ଼ିଛି: ରଣବୀର ସିଂହ

indiatvnews

ମୁମ୍ବାଇ: ନଗ୍ନ ଫଟୋସୁଟ ମାମଲାରେ ବଲିଉଡ ଅଭିନେତା ରଣବୀର ସିଂ ମୁମ୍ବାଇ ପୁଲିସକୁ ଏକ ଆଶ୍ଚର୍ଯ୍ୟଜନକ ବିବୃତି ଦେଇଛନ୍ତି। ଅଭିନେତା କହିଛନ୍ତି ଯେ, ତାଙ୍କ ଫଟୋକୁ କେହି ଏଡିଟ କରିଛନ୍ତି। ସେ ତାଙ୍କର କୌଣସି ନଗ୍ନ ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି। ଏଏନଆଇର ରିପୋର୍ଟ ଅନୁଯାୟୀ, ଅଭିନେତା ମୁମ୍ବାଇ ପୁଲିସ ଆଗରେ ଦାବି କରିଛନ୍ତି ଯେ କେହି ତାଙ୍କ ଫଟୋକୁ ଏଡିଟ୍ କରି ଅନଲାଇନରେ ସେୟାର କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ କହିଛି ଯେ ରଣବୀର ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ପୁଣି ଡକାଯାଇପାରେ। ଅନୁସନ୍ଧାନ ସମୟରେ ରଣବୀର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ରଣବୀର ତାଙ୍କର ଏହି ନଗ୍ନ ଫଟୋସୁଟ୍‌ କରି ଜୁଲାଇ ୨୧ ତାରିଖରୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା। ଏକ କସ୍‌ମୋପଲିଟାନ୍‌ ମାଗାଜିନ୍‌ ପାଇଁ ଏପରି ଫଟୋସୁଟ୍‌ କରିଥିବା ବର୍ଟ ରେନୋଲ୍‌ଡସଙ୍କ ଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍‌ କରିଥିବା ସୂଚନା ରହିଛି। ରଣବୀର ଫଟୋସୁଟ୍‌ରେ ଏକ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେଉନାହିଁ। ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରଣବୀର ସିଂହଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ଏ ଧାରା ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe