ମହିଳାଙ୍କ ପରି ପୋଷାକ ପିନ୍ଧି ଟ୍ରୋଲ୍‌ ହେଲେ ଏହି ବଲିଉଡ୍‌ ଅଭିନେତା

Advertisment
ମହିଳାଙ୍କ ପରି ପୋଷାକ ପିନ୍ଧି ଟ୍ରୋଲ୍‌ ହେଲେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ଆପଣ ଏକଥା ଜାଣିଛନ୍ତି ଯେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନଙ୍କ ପୋଷାକ ପରିଧାନରେ କୌଣସି ନିର୍ଦ୍ଦିଷ୍ଟ ଧାରା ନଥାଏ। ସେମାନେ ଯାହା ପିନ୍ଧନ୍ତି ତାହା ଷ୍ଟାଇଲ୍‌ ବନିଯାଏ। ଷ୍ଟାଇଲ୍‌କୁ ଲକ୍ଷ୍ୟ କରି ପୋଷାକ ପିନ୍ଧିବା ସେମାନଙ୍କୁ ଆଦୌ ଆବଶ୍ୟକ ପଡ଼େ ନାହିଁ। ବଲିଉଡ୍‌ର ଷ୍ଟାଇଲିସ୍‌ ନାୟକର କଥା ଉଠିଲେ ସାମ୍ନାକୁ ଆସନ୍ତି ରଣବୀର ସିଂହ। ରଣବୀର ନିଜ ପୋଷାକକୁ ନେଇ ଅନେକ ସମୟରେ ପରୀକ୍ଷାନିରୀକ୍ଷା କରିଥାନ୍ତି। ପ୍ରଶଂସକମାନେ ତାହାକୁ ପସନ୍ଦ ବି କରିଥାନ୍ତି।

publive-image Newsd

ମାତ୍ର ନିକଟରେ ରଣବୀର ପିନ୍ଧିଥିବା ପୋଷାକ ପାଇଁ ସେ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କୁ ପ୍ରଶଂସକମାନେ ଥଟ୍ଟାରେ ଦୀପିକାଙ୍କ ପୋଷାକ ପିନ୍ଧିଛନ୍ତି ବୋଲି କହିଛନ୍ତି। ରଣବୀର ଯେଉଁ ପୋଷାକ ପିନ୍ଧିଛନ୍ତି ତାହା ମହିଳାମାନଙ୍କ ପୋଷାକ ପରି ଦିଶୁଥିବା ହେତୁ ତାଙ୍କୁ ‌ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି।

ରଣବୀରଙ୍କ ଏହି ଫଟୋ ମୁମ୍ବାଇ ବିମାନବନ୍ଦରରେ ଉଠାଯାଇଛି। ମୁମ୍ବାଇ ବିମାନବନ୍ଦରରେ ରଣବୀର ଏକଦମ ନୂଆ ଅନ୍ଦାଜରେ ନଜର ଆସିବା ପରେ ତାଙ୍କ ଫଟୋ ଭାଇରାଲ୍‌ ହୋଇଛି। ସେ କଳା ଏବଂ ଧଳା ପ୍ରିଣ୍ଟେଡ୍‌ ସାର୍ଟ ସହ ଏକ ରଂଗିନ ପ୍ୟାଣ୍ଟ୍‌ରେ ନଜର ଆସିଛନ୍ତି।

publive-image Times of India

ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ପୁଣି ଥରେ ଦୀପିକା ପାଦୁକୋନଙ୍କ କପଡ଼ା ପିନ୍ଧି ଆସିଗଲ?’ ଆଉ ଜଣେ ଲେଖିଛନ୍ତି, ‘ଭାଇ ପୁଣି ଥରେ ଭାଉଜଙ୍କ କପଡ଼ା ପିନ୍ଧି ଆସିଗଲ?’ ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଲାଗୁଛି ଦୀପିକାଙ୍କ ସବୁ ପୋଷାକ ବୋଧେ ପ୍ରଥମେ ତୁମେ ପିନ୍ଧି ଟ୍ରାଏଲ୍‌ ମାରିବା ପରେ ଦୀପିକା ପିନ୍ଧନ୍ତି!’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe