ଦୀପିକାଙ୍କୁ ଏନ୍‌ସିବି ସମନ ପଠାଇବା ପରେ ଟ୍ବିଟ୍‌ରରେ ଟ୍ରେଣ୍ଡ୍ ହେଉଛନ୍ତି ସ୍ବାମୀ ରଣବୀର

Advertisment
ଦୀପିକାଙ୍କୁ ଏନ୍‌ସିବି ସମନ ପଠାଇବା ପରେ ଟ୍ବିଟ୍‌ରରେ ଟ୍ରେଣ୍ଡ୍ ହେଉଛନ୍ତି ସ୍ବାମୀ ରଣବୀର

The Live Mirror

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ବେଆଇନ୍‌ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ ଜାରି କରିବା ପରେ ଏବେ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଟ୍ରେଣ୍ଡ୍‌ ହେବାରେ ଲାଗିଛନ୍ତି ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ।

ଦୀପିକା ନିର୍ଦ୍ଦେଶକ ସକୁନ ବାତ୍ରାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ପାଇଁ ସୁଟିଂ କାର୍ଯ୍ୟରେ ଗୋଆରେ ଥିବା ବେ‌ଳେ ସେ ତାଙ୍କ ସ୍ବାମୀ ରଣବୀରଙ୍କ ସହ ଗୁରୁବାର ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଆଜି ଏନ୍‌ସିବି ଅଫିସ୍‌ରେ ପହଞ୍ଚି ଅଧିକାରୀମାନଙ୍କ ଜେରାର ସାମ୍ନା କରିିଥିଲେ।

ସେ ଗୋଆରୁ ୮ଟାରେ ଉଡ଼ାଣ ଭରିଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ରାତି ପ୍ରାୟ ୯.୧୫ରେ ପହଞ୍ଚିଥିଲେ ରଣବୀର-ଦୀପିକା। ଦୀପିକାଙ୍କୁ ଏନ୍‌ସିବି ସମନ ପଠାଇବା ପରେ ଏହି ସ୍ବାମୀ-ସ୍ତ୍ରୀଙ୍କର ଗୁଡ଼ାଏ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଟ୍ବିଟ୍‌ର ବ୍ୟବହାରକାରୀମାନେ ଏବେ ରଣବୀରଙ୍କୁ ଟ୍ୟ‌ାଗ୍‌ କରି ଏବେ ଗୁଡ଼ାଏ ପୋଷ୍ଟ୍‌ କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତ, ‘ଏହା ହେଉଛି ବାସ୍ତବ କପଲ୍‌ଚ୍ୟାଲେଞ୍ଜ୍‌’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସେମାନଙ୍କ ଦାମ୍ପତ୍ୟ ଜୀବନ ସୁରକ୍ଷିତ ରହୁ’। କେହି କେହି ସେମାନଙ୍କୁ ସମବେଦନା ଜଣାଇଥିବା ବେଳେ ଆଉ କେହି କେହି ଦୀପବୀରଙ୍କ ଫଟୋ ସେୟାର୍‌ କରି ମଜାକ ଉଡ଼ାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe