ତୈମୁରଙ୍କ ପିତା ହେବାକୁ ଚାହାନ୍ତି ଏହି ଅଭିନେତା !

ତୈମୁରଙ୍କ ପିତା ହେବାକୁ ଚାହାନ୍ତି ଏହି ଅଭିନେତା !

ନୂଆଦିଲ୍ଲୀ: କିଛିଦିନ ହେବ ରଣବୀର ସିଂହ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ମାସରେ ସେ ନିଜ ପ୍ରେମିକା ଓ ବି-ଟାଉନ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସମ୍ପ୍ରତି ସେ ନିଜ ବୟାନକୁ ନେଇ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି।

ନିକଟରେ ରଣବୀର ସିଂହ ଅଭିନେତା ଅକ୍ଷୟ କୁମାରଙ୍କ ସହିତ କରଣ ଜୋହରଙ୍କ ଚାଟ ସୋ’ ‘କଫି ଉଇଥ୍‌ କରଣ’ରେ ପହଞ୍ଚି ଥିଲେ। ଏଥିରେ କରନ୍‌ ତାଙ୍କୁ କେଉଁ ଖାନ୍‌ଙ୍କ ସହ ସେ ଅଭିନୟ କରିବାକୁ ଚାହାନ୍ତି ବୋଲି ପଚାରିବାରୁ ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁରଙ୍କ ବଡ଼ ଫ୍ୟାନ୍‌ ବୋଲି କହିଥିଲେ। ଏଥିସହିତ ତିନି ଖାନ୍‌ଙ୍କ ମଧ୍ୟରୁ ତୈମୁରଙ୍କ ସହିତ ସେ ରୁପେଲି ପରଦାରେ ସେୟାର କରିବାକୁ ଚାହାନ୍ତି। କୌଣସି ବି ସିନେମାରେ ସେ ତୈମୁରଙ୍କ ପିତା ଭୂମିକାରେ ଅଭିନୟ କରିବାକୁ ଚାହାନ୍ତି। ଏହି କଥା ସେ ନ୍ୟାସନାଲ ଟିଭି ସୋ’ରେ ବି ସ୍ୱୀକାର କରିଛନ୍ତି। ଏତଦ୍‌ ବ୍ୟତୀତ ରଣବୀର ତୈମୁରଙ୍କ ମା’ କରିନାଙ୍କ ସହ ସିନେମା କରିବାର ଯୋଜନା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe