ବିବାହ ପୂର୍ବରୁ ଏହି ପ୍ରଡକ୍ଟ ପାଇଁ ବିଜ୍ଞାପନ କରି କୋଟି କୋଟି ଟଙ୍କା ଆୟ କରିଥିଲେ ରଣବୀର, ଦୀପିକାଙ୍କ ପାଇଁ ବିଜ୍ଞାପନ କରିବାକୁ ମନା କଲେ

Advertisment
ବିବାହ ପୂର୍ବରୁ ଏହି ପ୍ରଡକ୍ଟ ପାଇଁ ବିଜ୍ଞାପନ କରି କୋଟି କୋଟି ଟଙ୍କା ଆୟ କରିଥିଲେ ରଣବୀର, ଦୀପିକାଙ୍କ ପାଇଁ ବିଜ୍ଞାପନ କରିବାକୁ ମନା କଲେ

Exchange4media

ମୁମ୍ବାଇ : ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ନମ୍ବର ଓ୍ଵାନ୍‌ କଳାକାରମାନଙ୍କ ମଧ୍ୟରେ ନିଜର ନାଁ ସାମିଲ କରି ସାରିଥିବା ବେଳେ ଗତ ନଭେମ୍ବର ମାସରେ ଦୁହେଁ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ । ବିବାହ ପରେ ଅନ୍ୟମାନଙ୍କ ଭଳି ଦୁହିଁଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥିବା ଦେଖା ଯାଇଥିଲା । ବିବାହ ପରେ ରଣବୀର ଠିକ୍‌ ସମୟରେ ଘରକୁ ଆସିବା ସହ ଫୋନ ଉଠାଇବାକୁ ନେଇ ସଚେତନ ହୋଇ ଯାଇଥିବା ବେଳେ ଏବେ ସେ ଦୀପିକାଙ୍କ ପାଇଁ ଏକ ବଡ଼ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ମନା କରି ଦେଇଛନ୍ତି ।

publive-image Hindustan Times

ପୂର୍ବରୁ ସେ ଏକ କଣ୍ଡୋମ ବ୍ରାଣ୍ଡକୁ ସମର୍ଥନ କରିବା ସହ ବିଜ୍ଞାପନ କରୁଥିବା ବେଳେ ଏବେ ସେ ଏହାକୁ ଆଗକୁ ବଢ଼ାଇବେ ନାହିଁ ବୋଲି କମ୍ପାନୀକୁ ସ୍ପଷ୍ଟ ବାକ୍ୟରେ କହି ଦେଇଥିବା ଜଣା ପଡ଼ିଛି । ଏହାର କାରଣ ଦୀପିକା ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନ୍ୟ ପକ୍ଷରେ, ବିଜ୍ଞାପନ ପାଇଁ ରଣବୀର ଅଧିକ ଟଙ୍କା ମାଗିଥିବାରୁ କମ୍ପାନୀ ରଣବୀରଙ୍କ ସହ କରିଥିବା କଣ୍ଟ୍ରାକ୍ଟ ଶେଷ କରି ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ସେ କଣ୍ଡୋମ କମ୍ପାନୀର ସାଥ୍‌ ଛାଡ଼ିଲେ, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe