ପ୍ରତିଯୋଗିତା ନକରି ଅଧିକ ଫଲୋୟର୍ସ ଥିବା ପ୍ରତିଯୋଗୀଙ୍କୁ ଟ୍ରଫି ଦେଇଦିଅ: ରଣବୀର ଶୋରେ

Advertisment
ପ୍ରତିଯୋଗିତା ନକରି ଅଧିକ ଫଲୋୟର୍ସ ଥିବା ପ୍ରତିଯୋଗୀଙ୍କୁ ଟ୍ରଫି ଦେଇଦିଅ: ରଣବୀର ଶୋରେ

ମୁମ୍ବାଇ: ଶେଷ ହୋଇଛି ବିଗ ବସ ଓଟିଟି-୩ | ଶୁକ୍ରବାର ଏହାର ଗ୍ରାଣ୍ଡ ଫାଇନାଲ ଥିବା ବେଳେ ପ୍ରତିଯୋଗୀ ସନା ମକବୁଲ ବିଗ ବସ ଓଟିଟି-୩ର ବିଜୟିନୀ ହୋଇଛନ୍ତି | ଏ ନେଇ ସନାଙ୍କ ପ୍ରଶଂସକ ଖୁସି ଥିବା ବେଳେ କିଛି ପ୍ରତିଯୋଗୀ ସେ ଜିତିବା ନେଇ ଖୁସି ନଥିବା ଜଣାପଡିଛି | ସେ ମଧ୍ୟରୁ ଜଣେ ହେଲେ ଅଭିନେତା ତଥା ସନାଙ୍କ ସହ ପ୍ରତିଯୋଗୀ ରଣବୀର ଶୋରେ |

ସୋ'ରେ ସନାଙ୍କୁ ପସନ୍ଦ କରୁନଥିବା ରଣବୀର ଟପ-୫ରେ ପହଞ୍ଚିଥିଲେ ବି ଟପ-୨ରେ ପହଞ୍ଚି ପାରିନଥିଲେ | ଟପ-୨ରେ ସନା ଓ ରାପର ନେଜି ଥିବା ବେଳେ ଟ୍ରଫି ହାତେଇଥିଲେ ସନା | ତେବେ ସନା ଜିତିବା ପରେ ରଣବୀର ଏକ ସାକ୍ଷାତକାରରେ କହିଛନ୍ତି ଯେ, 'ଯଦି ସୋ’ରେ ରହିବା କେବଳ ଜଣକର ସୋସିଆଲ ମିଡିଆ ଫଲୋୟର୍ସ ଉପରେ ଆଧାରିତ, ତେବେ ପ୍ରତିଯୋଗିତା ନକରି ଅଧକ ଫଲୋୟର୍ସ ଥିବା ପ୍ରତିଯୋଗୀଙ୍କୁ ସିଧାସଳଖ ଟ୍ରଫି ଦେଇଦେବା ଭଲ |' ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ତାଙ୍କୁ ବିରୋଧ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe