ମୁଁ ରାନ୍ୟାଙ୍କ ଠାରୁ ଅଲଗା ହୋଇଯାଇଥିଲି, ମୋତେ ଗିରଫ କରନ୍ତୁ ନାହିଁ: ଜତିନ

ଜତିନ କହିଛନ୍ତି, ‘ମୋର ବିବାହ ନଭେମ୍ବରରେ ହୋଇଥିଲା। କିନ୍ତୁ ବିବାହର ଗୋଟିଏ ମାସପରେ ଅର୍ଥାତ ଡିସେମ୍ବରରେ କିଛି ବ୍ୟକ୍ତିଗତ କାରଣ ପାଇଁ ଆମେ ଦୁହେଁ ଅଲଗା ହୋଇଯାଇଥିଲୁ।

ଅଦ୍ୟତନ ହୋଇଛି
ିରଳାୀ

ମୁମ୍ବାଇ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ କରିବା ଘଟଣାରେ ଧରାପଡ଼ିବା ଦିନ ଠାରୁ ତାଙ୍କୁ ନେଇ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି।। 

ରାନ୍ୟା ବର୍ତ୍ତମାନ ଡିଆରଆଇର ହେପାଜତରେ ଅଛନ୍ତି। ଡିଆରଆଇ ସୁନା ଚୋରା ଚାଲାଣ ମାମଲାର ତଦନ୍ତ କରୁଛି। ଏହି କ୍ରମରେ ରାନ୍ୟାଙ୍କ ସ୍ବାମୀ ଜତିନ ହୁ‌କ୍କେରିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। 

ଜତିନ କହିଛନ୍ତି, ‘ମୋର ବିବାହ ନଭେମ୍ବରରେ ହୋଇଥିଲା। କିନ୍ତୁ ବିବାହର ଗୋଟିଏ ମାସପରେ ଅର୍ଥାତ ଡିସେମ୍ବରରେ କିଛି ବ୍ୟକ୍ତିଗତ କାରଣ ପାଇଁ ଆମେ ଦୁହେଁ ଅଲଗା ହୋଇଯାଇଥିଲୁ। ତେଣୁ ମୋର କୋର୍ଟଙ୍କୁ ଏତିକି ଅନୁରୋଧ ମୋତେ ଗିରଫ କରନ୍ତୁ ନାହିଁ। ମୁଁ ରାନ୍ୟାଙ୍କ ମାମଲାରେ କୌଣସି ପ୍ରକାରେ ଜଡ଼ିତ ନାହିଁ। 

ରାନ୍ୟା ଆଇପିଏସ ରାମଚନ୍ଦ୍ର ରାଓଙ୍କ ଝିଅ ଏବଂ କନ୍ନଡ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ବେଙ୍ଗାଲୁରୁର ଦୟାନନ୍ଦ ସାଗର କଲେଜରୁ ତାଙ୍କର ଇଞ୍ଜିନିୟରିଂ ସମାପ୍ତ କରିଥିଲେ ଏବଂ ୨୦୧୪ରେ ‘ମଣିକୀୟ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ପରେ ୨୦୧୬ରେ, ଓ୍ବାଘା ଏବଂ ପାଟକି ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ରାନ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗାଏବ ହୋଇଗଲେ।

ରାନ୍ୟା ଦୁବାଇରେ ନିଜର ନୂଆ ଘର କରିଥିଲେ। ଏଠାକାର ବାସସ୍ଥାନ ପରିଚୟପତ୍ର ମଧ୍ୟ ପାଇଥିଲେ, କିନ୍ତୁ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ତାଙ୍କର ଇଚ୍ଛା ତାଙ୍କୁ ଅପରାଧ ବ୍ୟବସାୟ ଆଡ଼କୁ ଟାଣି ନେଇଥିଲା। ରାନ୍ୟା ସୁନା ଚୋରା ଚାଲାଣର ଏକ ବ୍ୟକ୍ତିଗତ ଗ୍ୟାଙ୍ଗରେ ଯୋଗଦେଲେ। ରାନ୍ୟାଙ୍କୁ ଗୋଟିଏ କିଲୋ ସୁନା ଚୋରା ଚାଲାଣ ପାଇଁ ୧ ଲକ୍ଷ ଟଙ୍କା ମିଳୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe