କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ଲୋକପ୍ରିୟ ଗାୟକ ବସିଥିବା ଗାଡ଼ିର କଟିଲା ଚାଲାଣ

ବାଦଶାହ ନିକଟରେ ଲୋକପ୍ରିୟ କଣ୍ଠଶିଳ୍ପୀ କରଣ ଔଜଲାଙ୍କ କନସର୍ଟରେ ସାମିଲ ହେବାକୁ ଯାଉଥିବା ‌ବେଳେ ଗୁରୁଗ୍ରାମ ପୁଲିସ ତାଙ୍କ ଗାଡ଼ିର କାଟିଲା ଚାଲାଣ। ଜରିମାନା ରାଶି ରହିଛି ୧୫ହଜାର ୫୦୦ଟଙ୍କା।

e

ନୂଆଦିଲ୍ଲୀ: ଲୋକପ୍ରିୟ ରାପର ତଥା ଗାୟକ ବାଦଶାହ ଗୁରୁଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ପୁଲିସ ତାଙ୍କ ଗାଡ଼ିର ଚାଲାଣ କାଟିଛି।

ସୂଚନାଯୋଗ୍ୟ, ବାଦଶାହ ନିକଟରେ ଲୋକପ୍ରିୟ କଣ୍ଠଶିଳ୍ପୀ କରଣ ଔଜଲାଙ୍କ କନସର୍ଟରେ ସାମିଲ ହେବ‌ାକୁ ଗୁରୁଗ୍ରାମରେ ପହଞ୍ଚିଥିଲେ।  ବାଦଶାହ ଏକ କଳାରଙ୍ଗର ଥାର ଗାଡ଼ିରେ ବସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ଗୁରୁଗ୍ରାମ ପୁଲିସ ତାଙ୍କ ଗାଡ଼ିର ୧୫ହଜାର ୫୦୦ଟଙ୍କାର ଚାଲାଣ କାଟିଥିଲା।  

ଏହି ଘଟଣାକୁ ନେଇ ଡିସିପି ଟ୍ରାଫିକ ବୀ‌ରେନ୍ଦ୍ର ବିଜ କହିଛନ୍ତି, ‘ବାଦଶାହଙ୍କ ଗାଡ଼ି ଭୁଲ ଦିଗରେ ଯାଉଥିବା ନେଇ ଚାଲାଣ କଟାଯାଇଛି। ଏହି ଗ‌ାଡ଼ିଟି ବାଦଶାହଙ୍କ ନାମରେ ନାହିଁ କିନ୍ତୁ ସେ ଉକ୍ତ ଗାଡ଼ିରେ ବସିଥିଲେ।’

ବାଦଶାହ ବସିଥିବା ଗାଡ଼ିଟି ଭୁଲଦିଗରେ ଯାଉଥିବା ବେଳେ ପ୍ରଦୂଷଣ ମାନକ ଉଲ୍ଲଂଘନ, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଇବା ଆଦି ଦିଗକୁ କେନ୍ଦ୍ର କରି ଚାଲାଣ କାଟାଯ‌ାଇଥିବା ରସିଦରେ ଉଲ୍ଲେଖ ରହିଛି।

ଗତ ବର୍ଷ ଅନଲାଇନ୍ ବେଟିଂ କମ୍ପାନି ଆପ୍ ‘ଫେୟାରପ୍ଲେ’କୁ ପ୍ରୋତ୍ସାହିତ କରିବା ପାଇଁ ବାଦଶାହା ମହାରାଷ୍ଟ୍ର ପୁଲିସ ସାଇବର ସେଲ୍ ସମ୍ମୁଖରେ ହାଜର ହୋଇଥିଲେ। ଫେୟାରପ୍ଲେ ଆପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ରାପରଙ୍କ ସମେତ ଅତି କମରେ ୪୦ ଜଣ ସେଲିବ୍ରିଟି କର୍ତ୍ତୃପକ୍ଷଙ୍କ ସ୍କାନରରେ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe