୬୦୦କୋଟି ଖର୍ଚ୍ଚ ନକରି ୬୦୦କୋଟିର ଅନୁଭବ ଦେଇଦେଲ; ଏଭଳି କହି 'ଆଦିପୁରୁଷ'କୁ ଟ୍ରୋଲ କଲେ ବାଦଶାହ

Advertisment
୬୦୦କୋଟି ଖର୍ଚ୍ଚ ନକରି ୬୦୦କୋଟିର ଅନୁଭବ ଦେଇଦେଲ; ଏଭଳି କହି 'ଆଦିପୁରୁଷ'କୁ ଟ୍ରୋଲ କଲେ ବାଦଶାହ

ମୁମ୍ବାଇ: “କପଡା ତେରେ ବାପ କା, ତେଲ ତେରେ ବାପ କା, ଆଗ୍ ଭି ତେରେ ବାପ କି, ଜଲେଗି ଭି ତେରେ ବାପ କି…।” ଏହି ସଂଳାପ କିଏ ଲେଖିଛି? ଯେତେବେଳେ ଫିଲ୍ମ ‘ଆଦିପୁରୁଷ’ ମୁକ୍ତିଲାଭ କରିଥିଲା, ସେତେବେଳେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା। ଫିଲ୍ମରେ ଥିବା ଏହି ସଂଳାପକୁ ନେଇ ବିବାଦ ଆରମ୍ଭ ହେବା ସହ ଏହାକୁ ଲେଖିଥିବା ମନୋଜ ମୁସ୍ତାଶିରଙ୍କୁ ଟାର୍ଗେଟ କରାଯାଇଥିଲା। ବିବାଦ ପରେ ଫିଲ୍ମର ଆୟ ଉପରେ ପ୍ରଭାବ ପଡ଼ିଥିଲା। ଫିଲ୍ମକୁ ଅନେକ କଳାକାର ନାପସନ୍ଦ କରିସାରିଥିବା ବେଳେ ଏବେ ଲୋକପ୍ରିୟ ରାପର ବାଦଶାହା ମଧ୍ୟରେ ଏହି ସୂଚୀରେ ଯୋଡି ହୋଇଛନ୍ତି।

ବାଦଶାହ ନିକଟରେ ଡ୍ୟାନ୍ସ ରିଆଲିଟି ସୋ’ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନସରକୁ ଯାଇଥିଲେ। ଏଠାରେ ସେ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନକୁ ବହୁତ ପ୍ରଶଂସା କରିଥିବା ଦେଖାଯାଇଥିଲା। ସୋ’ରେ ରାମାୟଣ ଉପରେ ପ୍ରତିଯୋଗୀ ଶିବାଂଶୁ ଏକ ନୃତ୍ୟ ପ୍ରଦର୍ଶନ କରିଥିଲେ। ତାଙ୍କର ନୃତ୍ୟ ଏତେ ଭଲ ଥିଲା ଯେ ସୋ’ର ବିଚାରକମାନେ ଏହାକୁ ବହୁତ ପ୍ରଶଂସା କରିଥିଲେ। ଏହି ପ୍ରଦର୍ଶନକୁ ପ୍ରଶଂସା କରି ବାଦଶାହ ଆଦିପୁରୁଷକୁ କଥା କଥାରେ ଟ୍ରୋଲ କରିଥିବା ଦେଖିବାକୁ ମିଳିଥିଲା। ବାଦଶାହ ଶିବାଂଶୁଙ୍କ ନାଚକୁ ପ୍ରଶଂସା କରି କହିଥିଲେ ଯେ, ତୁମେ ୬୦୦ କୋଟି ଖର୍ଚ୍ଚ ନକରି ୬୦୦କୋଟିର ଅନୁଭବ ଦେଇଦେଲ।

ଏହା ପୂର୍ବରୁ କ୍ରିକେଟର ବୀରେନ୍ଦ୍ର ସେହୱାଗ ଫିଲ୍ମକୁ ଓ ପ୍ରଭୁ ରାଘବଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ପ୍ରଭାସଙ୍କୁ ଟ୍ରୋଲ କରିଥିଲେ। ସେ କରିଥିବା ଟ୍ବିଟରେ ଲେଖାଯାଇଥିଲା ଯେ, ଆଦିପୁରୁଷ ଦେଖିବା ପରେ, ମୁଁ ଜାଣିଲି ଯେ କଟପ୍ପା ବାହୁବଲୀଙ୍କୁ କାହିଁକି ହତ୍ୟା କରିଥିଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe