ଅଭିନେତ୍ରୀ ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ

Advertisment
ଅଭିନେତ୍ରୀ ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ

ନୂଆଦିଲ୍ଲୀ: ସାଉଥ ଏବଂ ବଲିଉଡ ଫିଲ୍ମରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ସହିତ ଦର୍ଶକଙ୍କୁ ଦିୱାନା କରିଦେଇଥିବା ରଶ୍ମିକା ମନ୍ଦନାଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ଅଭିନେତ୍ରୀ ନିଜ ଜୀବନର ଅତି ପ୍ରିୟ ବନ୍ଧୁକୁ ହରାଇଥିବା ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ତାଙ୍କର ଘନିଷ୍ଠ ବନ୍ଧୁ ଭାବେ ଜଣାଶୁଣା ମ୍ୟାକ୍ସିଙ୍କ ଦେହାନ୍ତ ହୋଇଛି। ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରଶ୍ମିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ମ୍ୟାକ୍ସିଙ୍କୁ  ହରାଇବାର ଯନ୍ତ୍ରଣା ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି ଯେ ସେ ମ୍ୟାକ୍ସିଙ୍କୁ ବହୁତ ମନେ ପକାଇବେ।

Rashmika Mandanna पर टूटा दुखों का पहाड़, इस करीबी की हुई मौत, एक्ट्रेस ने इमोशनल पोस्ट शेयर कर लिखा-'बहुत मिस करेंगे

ମ୍ୟାକ୍ସି, ରଶ୍ମିକାଙ୍କ ପୋଷା କୁକୁର ଥିଲା। ଏବେ ତା’ର ଦେହାନ୍ତ ପରେ ରଶ୍ମିକା, ମ୍ୟାକ୍ସିଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ତୁମ ଆତ୍ମାକୁ ଶାନ୍ତି ମିଳୁ ମୋର ସବୁଠୁ ଭଲ ପୁଅ ମ୍ୟାକ୍ସି… ଆମେ ତୁମକୁ ମନେ ପକାଇବୁ ଏବଂ ମୁଁ ଆଶା କରୁଛି ଶୀଘ୍ର ଆମେ ପରସ୍ପରକୁ ଭେଟିବା।

ତେବେ ରଶ୍ମିକା ମନ୍ଦନାଙ୍କୁ ଶେଷ ଥର ପାଇଁ ରଣବୀର କପୁରଙ୍କ ସହ ଫିଲ୍ମ 'ଆନିମଲ'ରେ ଦେଖିବାକୁ ମିଳିଥିଲା। ଆଗକୁ ସେ ଫିଲ୍ମ ପୁଷ୍ପା-୨ ଓ ଦି ଗର୍ଲଫ୍ରେଣ୍ଡରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe