ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ବିବାହ କରିବେ କି? ପ୍ରଶ୍ନ ଶୁଣି ସମସ୍ତେ ଜାଣନ୍ତି ବୋଲି କହିଲେ ରଶ୍ମିକା

Advertisment

ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ବିବାହ କରିବେ ନା ଅଲଗା ପେସାରେ ଥିବା ବ୍ୟକ୍ତିଙ୍କୁ ବିବାହ କରିବେ? ଉତ୍ତରରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଯାହା କହିଥିଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ବିବାହ କରିବେ ନା ଅଲଗା ପେସାରେ ଥିବା ବ୍ୟକ୍ତିଙ୍କୁ ବିବାହ କରିବେ? ଉତ୍ତରରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଯାହା କହିଥିଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

raa

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ଦୀର୍ଘ ଦିନ ହେଲାଣି ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଯୋଡା ଯାଉଛି। ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ପ୍ରଶଂସକ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି | ଫିଲ୍ମରେ ଦୁହିଁଙ୍କ ରୋମାନ୍ସକୁ ପସନ୍ଦ କରାଯିବା ପରେ ଅସଲ ଜୀବନରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଛି। ଦୁହେଁ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ କିଛି ଦିନ ତଳେ ବିଜୟ ପ୍ରେମ ସମ୍ପର୍କରେ ଥିବା ନେଇ ସଙ୍କେତ ଦେଇଥିଲେ।

ବିଜୟଙ୍କ ପ୍ରତିକ୍ରିୟା ପରେ ଏବେ ରଶ୍ମିକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। 'ପୁଷ୍ପା-୨'ର ଗୀତ 'କିସକ'ର ଲଞ୍ଚ ଇଭେଣ୍ଟରେ ରଶ୍ମିକାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, “ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ବିବାହ କରିବେ ନା ଅଲଗା ପେସାରେ ଥିବା ବ୍ୟକ୍ତିଙ୍କୁ ବିବାହ କରିବେ? ଯଦି ଆମକୁ କିଛି ସ୍ପଷ୍ଟତା ଦେବ, ଆମେ ତୁମ ପାଇଁ ପୁଅ ଖୋଜିଦେବୁ।" ଏହା ଶୁଣି ରଶ୍ମିକା କହିଥିଲେ, "ସମସ୍ତେ ଏହା ବିଷୟରେ ଭଲ ଭାବରେ ଜାଣନ୍ତି। ମୁଁ ଜାଣେ ତୁମେ କେଉଁ ଉତ୍ତର ଚାହୁଁଛ। ମୁଁ ଏହା ଭଲ ଭାବରେ ଜାଣେ।" ରଶ୍ମିକାଙ୍କ ଏହି ଉତ୍ତର ଶୁଣି ସେ ବିଜୟଙ୍କ ପ୍ରତିକ୍ରିୟାକୁ ନେଇ ଏଭଳି କହିଥିବା ବିଷୟରେ ଲୋକେ ଚର୍ଚ୍ଚା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ସହ ଅଭିନେତ୍ରୀଙ୍କୁ ଡେଟ୍ କରୁଛ କି ବୋଲି ପ୍ରଶ୍ନ କରାଯିବାରୁ ବିଜୟ କହିଥିଲେ, 'ମୁଁ ଡେଟରେ ବାହାରକୁ ଯାଏ ନାହିଁ। କିଛି ଦିନ ଜଣକୁ ଭଲ ଭାବରେ ଜାଣିବା ପରେ ଓ ଭଲ ବନ୍ଧୁ ହେବା ପରେ ଯାଇ ମୁଁ ବାହାରକୁ ଯାଏ | ମୋର ବୟସ ୩୫ବର୍ଷ, ଆପଣଙ୍କୁ ଲାଗୁଛି କି ମୁଁ ପ୍ରେମ ସମ୍ପର୍କ‌ରେ ନଥିବି।? ' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe