କୁକୁର ସହ ଖେଳି ଖେଳି ପ୍ରଶଂସକଙ୍କୁ ନିର୍ବନ୍ଧ ମୁଦି ଦେଖାଇ ଦେଲେ ରଶ୍ମିକା

ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆମାଗୀ ଚଳଚ୍ଚିତ୍ର "ଥମ୍ମା"ର ‘ରହେ ନା ରହେ ହମ୍‌’’ ଗୀତ ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିଛନ୍ତି। ନିକଟରେ ସେ ସେହି ଗୀତକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି।

Untitled-1reyre

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆମାଗୀ ଚଳଚ୍ଚିତ୍ର "ଥମ୍ମା"ର ‘ରହେ ନା ରହେ ହମ୍‌’’ ଗୀତ ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟ‌ାର୍‌ କରିଛନ୍ତି। ଭିଡିଓରେ ରଶ୍ମିକା ତାଙ୍କ କୁକୁର ବନ୍ଧୁ ସହ ଉକ୍ତ ଗୀତକୁ ଶୁଣୁ୍ଥିବା ଓ ଶୁଣାଉଥିବାର ନଜର ଆସିଛନ୍ତି। 

କିନ୍ତୁ, ଏହାରି ମଧ୍ୟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିବା କଥା ହେଉଛି ରଶ୍ମିକା ମନ୍ଦାନାଙ୍କ ହୀରା ନିର୍ବନ୍ଧ ମୁଦି। ଯାହାକୁ ଅଭିନେତ୍ରୀ ବିଜୟ ଦେବରକୋଣ୍ଡାଙ୍କ ସହିତ ତାଙ୍କର ନିର୍ବନ୍ଧ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖ‌ାଇଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

ରଶ୍ମିକା କ୍ୟାପସନରେ ଲେଖିଛନ୍ତି, "ଏହା ଫିଲ୍ମର ପ୍ରଥମ ଗୀତ ଥିଲା ଯାହା ମୁଁ ସୁଟିଂ ସମୟରେ ଶୁଣିଥିଲି, ଏବଂ ଏବେ ମଧ୍ୟ ମୁଁ ଏହି ଗୀତ ସହିତ ପ୍ରେମରେ ପଡ଼ିଛି।’’

ଯେଉଁମାନେ ଜାଣି ନାହାନ୍ତି; ‌ସେମାନଙ୍କୁ ଜଣାଇ ଦେଉଛୁ କି, ସମ୍ପ୍ରତି ରିପୋର୍ଟ ଆସିଛି ଯେ ରଶ୍ମିକା ମନ୍ଦାନା ଦକ୍ଷିଣ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହେଁ ୨୦୨୬ ମସିହା ଫେବ୍ରୁଆରିରେ ବିବାହ କରିବେ ବୋଲି ଆଶା କରାଯାଉଛି। ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ନୂତନ ଗୀତ "ରେହେ ନା ରେହେ ହମ୍" କୁ ସୌମ୍ୟଦୀପ ସରକାର ଗାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe