ବାପାଙ୍କ ମୃତ୍ୟୁ ପରେ ଗମ୍ଭୀର ରୋଗରେ ପୀଡ଼ିତ ରତନ

ରତନ ଅଭିନୟ ଜୀବନରୁ ଦୂରେଇ ରହିବାର କାରଣ ବଖାଣି କହିଛନ୍ତି, ‘ବାପାଙ୍କ ମୃତ୍ୟୁ ପରେ ମୁଁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି।  ମୁଁ ଏକ ଗମ୍ଭୀର ରୋଗ ଅଟୋଇମ୍ମ୍ୟୁନରେ ପୀଡ଼ିତ ଅଛି।

0059f400-3dbb-4786-aedc-cceb672206aa

ନୂଆଦିଲ୍ଲୀ: ‘ଆଗଲେ ଜନମ୍ ମୋହେ ବିଟିଆ ହି କିଜୋ'ରେ ଲାଲି ଭୂମିକାରେ ଅଭିନୟ କରି ରତନ ରାଜପୁତ ଲୋକପ୍ରିୟତା ହାସଲ କରିଥିଲେ। 

ଏହା ପରେ, ସେ 'ରାଧା କି ବେଟିଆନ୍', 'ସନ୍ତୋଷୀ ମା' ଏବଂ 'ମହାଭାରତ' ଭଳି ସୋ'ରେ ନଜର ଆସିଥିଲେ।  ୨୦୧୮ରେ ସନ୍ତୋଷୀ ମା ସିରିଏଲର ସୁଟିଂ ଶେଷ ହେବା ସମୟରେ ଅଭିନେତ୍ରୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା।
ବାପାଙ୍କ ମୃତ୍ୟୁ ରତନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଯାହା ଯୋଗୁଁ ସେ ଡିପ୍ରେସନକୁ ଚାଲିଯାଇଥିଲେ। ସେ କାମ କରି ପାରି ନଥିଲେ। ଫଳରେ ଅଭିନୟ ଜୀବନରୁ କିଛିଦିନ ପାଇଁ ବିଶ୍ରାମ ନେଇ ଗାଁକୁ ଚାଲି ଯାଇଥିଲେ। 

ଅଭିନୟରୁ ଦୂରେଇ ଯିବା ପରେ ରତନ ବ୍ଲଗିଂ କରିବା ଆରମ୍ଭ କରିବା ସହିତ ଆଧ୍ୟାତ୍ମିକତାର ପଥରେ ଚାଲିବା ଆରମ୍ଭ କରିଛନ୍ତି। ୨୦୨୪ ମସିହାରେ  ସେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ଯାହାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ରତନ ଅଭିନୟ ଜୀବନରୁ ଦୂରେଇ ରହିବାର କାରଣ ବଖାଣି କହିଛନ୍ତି, ‘ବାପାଙ୍କ ମୃତ୍ୟୁ ପରେ ମୁଁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି।  ମୁଁ ଏକ ଗମ୍ଭୀର ରୋଗ ଅଟୋଇମ୍ମ୍ୟୁନରେ ପୀଡ଼ିତ ଅଛି।ଯାହା ଯୋଗୁଁ ତୀବ୍ର  ଆଲୋକ ସହ୍ୟ କରିପାରୁ ନାହିଁ। ଏହି କାରଣରୁ ମୋତେ ଦିନରାତି କଳା ଚଷମା ପିନ୍ଧିବାକୁ ପଡୁଛି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe