ଇଣ୍ଡଷ୍ଟ୍ରି ଛାଡ଼ି ଏବେ କ୍ଷେତରେ ଅଭିନେତ୍ରୀ ରତନ ରାଜପୁତ, ଏହି କାରଣରୁ କରିନାହାନ୍ତି ବିବାହ

Advertisment
ଇଣ୍ଡଷ୍ଟ୍ରି ଛାଡ଼ି ଏବେ କ୍ଷେତରେ ଅଭିନେତ୍ରୀ ରତନ ରାଜପୁତ, ଏହି କାରଣରୁ କରିନାହାନ୍ତି ବିବାହ

Times of India

ମୁମ୍ବାଇ: ‘ଅଗଲେ ଜନ୍ମୋ ମୋହେ ବେଟିଆ ହି କିଜୋ’ ଫେମ୍‌ ରତନ ରାଜପୁତ୍‌ ଅନେକ ଦିନ ହେବ ଛୋଟ ପରଦାରେ ଦେଖିବାକୁ ମିଳୁନାହାନ୍ତି। ଅଭିନୟରୁ ଦୂରେଇ ଯାଇ ଅଭିନେତ୍ରୀ ଜଣକ ଏବେ ଏକ୍‌ଦମ୍‌ ଦେଶୀ ଜୀବନ ଜିଉଛନ୍ତି। ସେ ଘରେ ରହି କ୍ଷେତବାଡ଼ି ସମ୍ଭାଳୁଛନ୍ତି ବୋଲି ଜାଣିବାକୁ ମିଳିଛି। ରତନ ରାଜପୁତ୍‌ ଟିଭିର ଅନେକ ବଡ଼ ବଡ଼ ଧାରାବାହିକରେ ନଜର ଆସିଛନ୍ତି। ମାତ୍ର ତାଙ୍କୁ ନିଜର ସ୍ବୟଂବରରୁ ହିଁ ବାସ୍ତବ ଲୋକପ୍ରିୟତା ମିଳିଲା। ତେବେ ପ୍ରଶ୍ନ ଉଠୁଛି ଟିଭି‌ରେ ସ୍ବୟଂବର କରି ନିଜ ଜୀବନସାଥୀ ଖୋଜୁଥିବା ଏହି ଅଭିନେତ୍ରୀ ଜଣକ ଆଜି ଏକୁଟିଆ କାହିଁକି? କାହିଁକି ଏଯାଏ କାହାକୁ ବିବାହ କରିନାହାନ୍ତି?

ଲୋକମାନଙ୍କ ମନରେ ଉଠୁଥିବା ଏହି ପ୍ରଶ୍ନର ଉତ୍ତର ରତନ ରାଜପୁତ ତାଙ୍କୁ ୟୁଟ୍ୟୁବ୍‌ ବ୍ଲଗ୍‌ ଜରିଆରେ ଦେଇଛନ୍ତି। ସେ କହିଛନ୍ତି କି ଏପରି ନୁହେଁ ଯେ ସେ ବିବାହ କରିବାକୁ ଚାହାନ୍ତିିନି, ସେପରି ହୋଇଥିଲେ ସେ ସ୍ବୟଂବର ହି କରିନଥାନ୍ତେ। ମାତ୍ର ତାଙ୍କ ମନ ପସନ୍ଦର ସାଥୀ ଏଯାଏ ତାଙ୍କୁ ମିଳିନଥିବାରୁ ସେ ବିବାହ କରିନାହାନ୍ତି।

ସେ କହନ୍ତି କି ସେ ନିଜ ଜୀବନକୁ ଖୋଲି କରି ଜୀଇବାକୁ ଚାହାନ୍ତି। ପୂରା ଦୁନିଆକୁ ଉପଭୋଗ କରିବାକୁ ଚାହାନ୍ତି। ବିବାହ ପରେ କେବଳ କିଛି ଲୋକଙ୍କ ବନ୍ଧନରେ ବାନ୍ଧି ହୋଇ ରହିବାକୁ ଚାହାନ୍ତିନି। ଯେପରି ସେ ଏବେ ନିଜ ଜୀବନ ଜିଉଛନ୍ତି ବିବାହ ପରେ ସେ ସ୍ବାଧୀନତା ତାଙ୍କୁ ମିଳିବ କି ନାହିଁ ବୋଲି ସେ ଦ୍ବିଧାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe