ବିଗ୍ ବିଙ୍କ ଫିଲ୍ମରେ ଟଙ୍କା ଲଗାଇ ପଶ୍ଚାତାପ କରିଥିଲେ ରତନ ଟାଟା

Advertisment

ବଲିଉଡରେ ରତନ ଟାଟାଙ୍କର ବହୁତ ଆଗ୍ରହ ଥିଲା | ସେ ଥରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମ 'ଏତବାର' ପାଇଁ ସେ ଟଙ୍କା ଲଗାଇଥିଲେ ବି ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା।

ବଲିଉଡରେ ରତନ ଟାଟାଙ୍କର ବହୁତ ଆଗ୍ରହ ଥିଲା | ସେ ଥରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମ 'ଏତବାର' ପାଇଁ ସେ ଟଙ୍କା ଲଗାଇଥିଲେ ବି ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା।

financialexpress

ମୁମ୍ବାଇ: ଶିଳ୍ପପତି ରତନ ଟାଟାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ଆସିବା ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟା ୮୬ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ରାଜନେତାଙ୍କଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରିଟିମାନେ ମଧ୍ୟ ରତନ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ତେବେ ବଲିଉଡ ସହିତ ରତନ ଟାଟାଙ୍କର ଏକ ବିଶେଷ ସମ୍ପର୍କ ରହିଥିଲା। ସେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ  ଫିଲ୍ମ 'ଏତବାର'ରେ ସହ-ପ୍ରଯୋଜକ ହୋଇ ଟଙ୍କା ଲଗାଇଥିଲେ। ହେଲେ ଏହି ଫିଲ୍ମ ଫ୍ଲପ ହେବା ପରେ ସେ ବଲିଉଡର କୌଣସି ଫିଲ୍ମରେ ଟଙ୍କା ବିନିଯୋଗ କରିନଥିଲେ।

ରତନ ଟାଟା, ଅମିତାଭ ବଚ୍ଚନଙ୍କ ଉପରେ ବିଶ୍ୱାସ କରି ଟଙ୍କା ବିନିଯୋଗ କରିଥିଲେ। ହେଲେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଶୋଚନୀୟ ଭାବେ ଫ୍ଲପ୍ ହୋଇଥିଲା | ଯେତେବେଳେ ରତନ ଟାଟା ଫିଲ୍ମ ପାଇଁ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ, ସେତେବେଳେ ସେ ଆଗକୁ କୌଣସି ଫିଲ୍ମରେ ଟଙ୍କା ବିନିଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୪ରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'ଏତବାର' ରିଲିଜ୍ ହୋଇଥିଲା ​| ଏହା ଏକ ସାଇକୋ-ଥ୍ରୀଲର ଚଳଚ୍ଚିତ୍ର ଥିଲା, ଯେଉଁଥିରେ ଅମିତାଭ ବଚ୍ଚନ ଜଣେ ପିତାଙ୍କ ଭୂମିକାରେ ନଜର ଆସିଥିଲେ। ବିପାଶା ବସୁ ଏବଂ ଜନ୍ ଆବ୍ରାହମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe