ଆଜି ରଥଯାତ୍ରାରେ ମୁକ୍ତିଲାଭ କରୁଛି ଏହି ଦୁଇଟି ଓଡ଼ିଆ ସିନେମା

Advertisment
ଆଜି ରଥଯାତ୍ରାରେ ମୁକ୍ତିଲାଭ କରୁଛି ଏହି ଦୁଇଟି ଓଡ଼ିଆ ସିନେମା

ଭୁବନେଶ୍ୱର: ଆଜି’ ରଥଯାତ୍ରା ଅବସରରେ ଦୁଇଟି ମୁକ୍ତିଲାଭ କରୁଥିବା ଜଣାଯାଇଛି। ଏହି ଦୁଇଟି ସିନେମା ହେଲା ‘ଅଭିମାନ’ ଏବଂ ‘ସେଲ୍‌ଫିସ୍‌ ଦିଲ୍‌’। ‘ଅଭିମାନ’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ ଏବଂ ନମିତା ଅଗ୍ରଓ୍ଵାଲ୍‌। ସିଦ୍ଧାର୍ଥ ଟିଭି ନିବେଦିତ ‘ଅଭିମାନ’ର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ମୃତ୍ୟୁଞ୍ଜୟ ସାହୁ।

‘ଅଭିମାନ’ରେ ପୁଣି ଥରେ ଦର୍ଶକ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ। ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି। ସୀତାରାମ ଅଗ୍ରଓ୍ଵାଲଙ୍କ ସହ ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି ଆଗରୁ ‘ପାଗଳ କରିଚି ପାଉଁଜି ତୋ’ର’ଏବଂ ‘ମୁଁ ଏକା ତୁମର’ରେ କାମ କରିଥିଲେ। ‘ଅଭିମାନ’ର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ । ରାଜେଶ ସଂପାଦକ ଏହାର ସଂପାଦକ।

publive-image
‘ସେଲ୍‌ଫିସ୍‌ ଦିଲ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁ।ଏହି ଫିଲ୍ମରେ ନବାଗତ ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ। ସୂରମୟୀଙ୍କୁ ପୂର୍ବରୁ ଦର୍ଶକ ‘ଭଲପାଏ ତତେ ୧୦୦ ରୁ ୧୦୦’,‘ଆଖି ଖୋଲିଲେ ତୁ ହି ତୁ’,ଓ ‘ଶକ୍ତି’ ଆଦି ସିନେମାରେ ପାଇଛନ୍ତି। ଏଥିରେ ବିଜୟ ମହାନ୍ତି ବି ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ। ଏହାର ସଂଳାପକାର ହେଲେ ମହମ୍ମଦ ସଫି ଏବଂ ଗୀତିକାର ହେଲେ ଡ଼ ନିର୍ମଳ ନାୟକ।ଏହି ଦୁଇଟି ଭିତରୁ କେଉଁଟି ଦର୍ଶକଙ୍କୁ ଆକୃଷ୍ଟ କରୁଛି , ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe