ଲୋକପ୍ରିୟ ହେବା ପରେ ସହକାରୀ ଉପରେ ନିର୍ଭରଶୀଳ ହୋଇପଡ଼ନ୍ତି କଳାକାର

Advertisment
ଲୋକପ୍ରିୟ ହେବା ପରେ ସହକାରୀ ଉପରେ ନିର୍ଭରଶୀଳ ହୋଇପଡ଼ନ୍ତି କଳାକାର

pinkvilla

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରତ୍ନା ପାଠକ ସବୁବେଳେ ନିଜ ମନଖୋଲା ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜ ମତ ରଖିବାକୁ କେବେ ବି ଡରୁନଥିବା ‌ଦେଖିବାକୁ ମିଳେ। ଏବେ ପୁଣି ଥରେ ସେ ବଲିଉଡ କଳାକାରଙ୍କୁ ନେଇ କିଛି ଏଭଳି କଥା କହିଛନ୍ତି, ଯାହା ଅନେକଙ୍କୁ ପସନ୍ଦ ଆସିବନି ନିଶ୍ଚୟ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, କଳାକାର ଲୋକପ୍ରିୟ ହେବା ପରେ ନିର୍ଭରଶୀଳ ହୋଇପଡ଼ନ୍ତି। ଏମିତି କି ନିଜ କଫି ମଧ୍ୟ ନିଜେ ଉଠି ଆଣିପାରନ୍ତି ନାହିଁ। ସବୁ କାମ ତାଙ୍କ ସହକାରୀଙ୍କୁ କରିବାକୁ ପଡେ। ମୁଁ ଏଭଳି କିଛି କଳାକାରଙ୍କୁ ଦେଖିଛି, ଯେଉଁମାନେ ବିମାନରେ ମଧ୍ୟ ନିଜେ କଫି ଆଣନ୍ତି ନାହିଁ। କଫି ପିଇବାର ଥିଲେ ସେମାନେ ନିଜ ସହକାରୀଙ୍କୁ କୁହନ୍ତି। ସେମ‌ାନେ କଫି ଆଣି କପକୁ ଖୋଲି ଦେବା ପରେ ଯାଇ କଳାକାର କଫି ପିଅନ୍ତି। କଫି ପିଇବା ପରେ ସେମାନେ ନିଜ ସହକାରୀଙ୍କୁ କଫି ମଗ୍ ଧରିବାକୁ ଦିଅନ୍ତି। ସେମାନେ ଏତେ ନିର୍ଭରଶୀଳ ହୋଇଗଲେଣି ଯେ, ନିଜେ ନିଜ କାମ କରିପାରୁନାହାନ୍ତି। ଏସବୁ ଦେଖିଲେ ମୋତେ ଲାଗ‌େ ଏମାନେ କ’ଣ ୩ମାସର ଛୁଆ? ଏତେ ନିର୍ଭରଶୀଳ? ଜୀବନରେ ଜାଣିବା ଓ କରିବା ପାଇଁ ଏହାଠାରୁ ବହୁତ ଅଧିକ ଜିନିଷ ରହିଛି। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ମୁଁ ମନେ କରେ। ଏସବୁ ମୁଁ ପସନ୍ଦ କରେନି। ମୁଁ ନିଜ କାମ ନିଜେ କରିବାକୁ ଭଲପାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe