ଶତ୍ରୁତା ଗୁଜବକୁ ଖଣ୍ଡନ କଲେ ରବୀନା

Advertisment
ଶତ୍ରୁତା ଗୁଜବକୁ ଖଣ୍ଡନ କଲେ ରବୀନା

wikiandbio.com

ରବୀନା ଟଣ୍ଡନ ୧୯୯୦ ଦଶକରେ ବଲିଉଡ୍‌ର ଶୀର୍ଷ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଥିଲେ। ସେତେବେଳେ ତାଙ୍କୁ ନେଇ ଯେଉଁ ପ୍ରସଙ୍ଗ ସର୍ବାଧିକ ଚର୍ଚ୍ଚିତ ଥିଲା ତାହା ଥିଲା କାଜଲ, କରିଶ୍ମା କପୁର, ଶିଳ୍ପା ସେଟ୍ଟୀଙ୍କ ସହିତ ତାଙ୍କର ଶତ୍ରୁତା। କିନ୍ତୁ ନିକଟରେ ଏକ ସାକ୍ଷାତକାର ମାଧ୍ୟମରେ ଏସବୁ ଗୁଜବ ଥିଲା ବୋଲି ରବୀନା ସ୍ପଷ୍ଟ କରିଛନ୍ତି।

ଶିଳ୍ପା ଓ କାଜଲଙ୍କ ସହିତ ସେ ଚଳଚ୍ଚିତ୍ର କରିଥିବାରୁ ସେମାନେ ଆରମ୍ଭରୁ ତାଙ୍କର ଭଲ ବନ୍ଧୁ ରହିଆସିଛନ୍ତି। ହେଲେ କୌଣସି ନାମ ନ ନେଇ ସେ କହିଛନ୍ତି ଯେ ଷଡ୍‌ଯନ୍ତ୍ର କରିବା ଓ ବାଜେ କଥା ଗପିବାରେ କିଛି ଅଭିନେତ୍ରୀ ଲିପ୍ତ ରହୁଥିଲେ। ସେମାନଙ୍କ ଠାରୁ ରବୀନା ଉଚିତ ଦୂରତା ଅବଲମ୍ବନ କରୁଥିଲେ। ଗୋଟିଏ ଚଳଚ୍ଚିତ୍ରରେ ରବୀନାଙ୍କ ବିପକ୍ଷରେ ଥିବା ଅଭିନେତାଙ୍କ ବାନ୍ଧବୀ ରବୀନାଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରୁଥିବାରୁ ତାଙ୍କୁ ଗୋଟିଏ-ଦୁଇଟି ଚଳଚ୍ଚିତ୍ର ମଧ୍ୟ ହାତଛଡ଼ା କରିବାକୁ ପଡ଼ିଥିଲା।

୧୯୯୧ ମସିହାର ‘ପଥର କେ ଫୁଲ’ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଏହା ପରେ ୨୦୧୪ରୁ ସେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମରେ ଜଜ୍ ଭାବେ ସକ୍ରିୟ ଅଛନ୍ତି। ଗତ ବର୍ଷ ଅପରାଧ-ରୋମାଞ୍ଚ ଧାରାବାହିକ ‘ଆରଣ୍ୟକ’ ଜରିଆରେ ସେ ଓଟିଟି ଦୁନିଆରେ ପଦାର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe