ରବିନାଙ୍କ କାର୍ ଧକ୍କା ଦେଇଛି ବୋଲି ଦାବି କରିଥିଲେ ପରିବାର, ସିସିଟିଭି ଦେଲା ନିର୍ଦ୍ଦୋଶର ପ୍ରମାଣ

Advertisment
ରବିନାଙ୍କ କାର୍ ଧକ୍କା ଦେଇଛି ବୋଲି ଦାବି କରିଥିଲେ ପରିବାର, ସିସିଟିଭି ଦେଲା ନିର୍ଦ୍ଦୋଶର ପ୍ରମାଣ

ମୁମ୍ବାଇ: ରବିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ କିଛି ଲୋକ ଘେରିଯାଇ ତାଙ୍କ ସହ ଝଗଡ଼ା କରୁଥିବା ଓ ତାଙ୍କୁ ଧକା ମାରୁଥିବାର ଦେଖାଯାଇଥିଲା। ଅଭିଯୋଗକାରୀ ଦାବି କରିଥିଲେ, ରବିନାଙ୍କ ଡ୍ରାଇଭର ଗାଡ଼ି ପଛକୁ ଆଣୁଥିବା ବେଳେ ମୋ ବୃଦ୍ଧା ମା’ଙ୍କୁ ଧକ୍କା ଦେଇଥିଲେ। ଏହା ପରେ ଉଭୟ ରବିନା ଓ ତାଙ୍କ ଡ୍ରାଇଭର ଗାଡ଼ିରୁ ବାହାରି ମା’ ଓ ତାଙ୍କ ସହ ଥିବା ଅନ୍ୟ ଲୋକଙ୍କୁ ମାଡ଼ ମାରିଥିଲେ।

ହେଲେ ଏବେ ପୁଲିସ ତଦନ୍ତ କରି ପ୍ରକୃତ ଘଟଣା ବିଷୟରେ ଜଣାଇଛି। ବରିଷ୍ଠ ମୁମ୍ବାଇ ପୁଲିସ ଅଧିକାରୀ କହିଛନ୍ତି, "ଅଭିଯୋଗକାରୀ ମିଥ୍ୟା ଅଭିଯୋଗ କରିଛନ୍ତି। ଆମେ ରବିନା ରହୁଥିବା ସୋସାଇଟିର ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦେଖିଲୁ ଯେ, ଅଭିନେତ୍ରୀଙ୍କ ଡ୍ରାଇଭର ରାସ୍ତାରୁ କାରକୁ ସୋସାଇଟି ଭିତରକୁ ପଛୁଆ ଆଣୁଥିବା ବେଳେ ଏହି ପରିବାର ସେହି ବାଟ ଦେଇ ଯାଉଥିଲେ। ଏହି ସମୟରେ ପରିବାରର କିଛି ଲୋକ କାରକୁ ଅଟକାଇ ଡ୍ରାଇଭରକୁ ଗାଳି କରିଥିଲେ। ଗାଡ଼ି ପଛକୁ ଆଣିବା ବେଳେ ପଛରେ କିଏ ଅଛି କି ନାହିଁ ଦେଖିବା ଜରୁରୀ ବୋଲି ସେମାନେ ଡ୍ରାଇଭରକୁ କହିଥିଲେ। ଏହା ପରେ ଝଗଡ଼ା ବଢ଼ିଥିଲା। ଏବିଷୟରେ ଖବର ପାଇ ରବିନା ସେଠାକୁ ଯାଇଥିଲେ । ଭିଡ଼ରୁ ନିଜ ଡ୍ରାଇଭରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ରବିନାଙ୍କ ସହ ସେମାନେ ଅସଦାଚରଣ କରିଥିଲେ। କେହି ଏହି ଘଟଣାରେ ଆହତ ହୋଇନାହାନ୍ତି କି ରବିନାଙ୍କ କାର୍ କାହାକୁ ଧକା ଦେଇନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe