ରାଜନୀତିରେ ପ୍ରବେଶ ପରେ ଅଭିନୟ ଜୀବନରେ ପଡ଼ିଯାଇଥିଲା ପୁନଃଚ୍ଛେଦ: ରବି କିସନ

Advertisment

ରବି କିସନ କହିଛନ୍ତି, ‘ ରାଜନୀତିରେ ପ୍ରବେଶ ପରେ  ମୋ ଜୀବନରେ ଅନେକ ଉଠାଣି ଗଡ଼ାଣିର ସମୟ ଆସିଛି।  ଏମିତି ଏକ ସମୟ ଆସିଥିଲା ଯେଉଁ ସମୟରେ ମୋତେ ଲାଗିଥିଲା ମୋ ସିନେମା ଜୀବନ ଶେଷ ହୋଇଯାଇଛି।

ରବି କିସନ କହିଛନ୍ତି, ‘ ରାଜନୀତିରେ ପ୍ରବେଶ ପରେ  ମୋ ଜୀବନରେ ଅନେକ ଉଠାଣି ଗଡ଼ାଣିର ସମୟ ଆସିଛି।  ଏମିତି ଏକ ସମୟ ଆସିଥିଲା ଯେଉଁ ସମୟରେ ମୋତେ ଲାଗିଥିଲା ମୋ ସିନେମା ଜୀବନ ଶେଷ ହୋଇଯାଇଛି।

1553df55-5f93-486a-b811-5aef2eab2686

ମୁମ୍ବାଇ: ଅଭିନେତା ରବି କିସନଙ୍କୁ ଅଜୟ ଦେବଗନଙ୍କ ସହିତ ଖୁବଶୀଘ୍ର ସିନେମା ‘ସନ ଅଫ ସରଦାର’ରେ ଦେଖିବାକୁ ମିଳିବ। ଏହି ସିନେମାଟି ଜୁଲାଇ ୨୫ ତାରିଖରେ ରିଲିଜ ହେବାର ଥିବା ବେଳେ ତାହାକୁ ଅଗଷ୍ଟ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସିନେମା ରିଲିଜ ପୂର୍ବରୁ ରବି କିସନ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ ରାଜନୀତିରେ ପ୍ରବେଶ ପରେ  ମୋ ଜୀବନରେ ଅନେକ ଉଠାଣି ଗଡ଼ାଣିର ସମୟ ଆସିଛି।  ଏମିତି ଏକ ସମୟ ଆସିଥିଲା ଯେଉଁ ସମୟରେ ମୋତେ ଲାଗିଥିଲା ମୋ ସିନେମା ଜୀବନ ଶେଷ ହୋଇଯାଇଛି। ଇଣ୍ଡଷ୍ଟ୍ରିରୁ ଅନେକ ବର୍ଷ ପର୍ଯ୍ୟନ୍ତ କାମ ପାଇଁ ମୋ ପାଖକୁ କୌଣସି ଫୋନ କି ମେସେଜ ଆସି ନଥିଲା।

ଆଗାମୀ ଦିନେରେ ଆଉ ସିନେମାଜଗତରେ କାମ କରିବି ଏ ଆଶା ମୋର ମଉଳି ଯାଇଥିଲା। କିନ୍ତୁ ମୋ ଭାଗ୍ୟରେ ପୁଣିରେ ସିନେମା ଦୁନିଆରେ କାମ ଲେଖା ହୋଇଛି ସେ କଥା କିଏ ବା ଜାଣିଥିଲା। ଭଗବାନଙ୍କ ଆଶୀର୍ବାଦରୁ ମୋତେ କିରଣ ରାୱଙ୍କ ସିନେମା ଆସିଥିଲା। ଏହି ସିନେମା ଜରିଆରେ ମୁଁ ଓସ୍କାର ପର୍ଯ୍ୟନ୍ତ ପହଞ୍ଚିବାର ସୌଭାଗ୍ୟ ପାଇ ପାରିଥିଲି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe