ବିଶ୍ବସୁନ୍ଦରୀଙ୍କ ସହ ସଂପର୍କ ଭାଙ୍ଗିବା ପ‌ରେ ଏଭଳି ଅବସ୍ଥାରେ 'ତେରେ ନାମ୍' ଫିଲ୍ମ ସୁଟ୍‌ କରିଥିଲେ ଭାଇଜାନ୍‌

Advertisment
ବିଶ୍ବସୁନ୍ଦରୀଙ୍କ ସହ ସଂପର୍କ ଭାଙ୍ଗିବା ପ‌ରେ ଏଭଳି ଅବସ୍ଥାରେ 'ତେରେ ନାମ୍' ଫିଲ୍ମ ସୁଟ୍‌ କରିଥିଲେ ଭାଇଜାନ୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ ଓ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟଙ୍କ ପ୍ରେମ ସଂପର୍କ ବିଷୟ କାହାକୁ ବା ଅଛପା! ଏବେ ସେହି ପୁରୁଣା ଦିନର କଥାକୁ ପୁଣି ଥରେ ମନେ ପକାଇ ଦେଇଛନ୍ତି ଅଭିନେତା ତଥା ରାଜନେତା ରବି କିଶନ। ସେ ଭାଇଜାନ୍‌ଙ୍କ ଦୁଃଖଦ ମୁହୁର୍ତ୍ତର କଥା କହି ପୁଣି ସମସ୍ତଙ୍କୁ ଭାବପ୍ରବଣ କରି ଦେଇଛନ୍ତି। ନୀଳନୟନାଙ୍କ ସହ ସଂପର୍କ ତୁଟିଯିବା ପରେ ଏକଦମ ଚୁପଚାପ୍ ରହୁଥିଲେ ସଲ୍‌ମାନ।

ରବି କିଶନ ଏବଂ ସଲମାନ ଖାନ 'ତେରେ ନାମ' ଫିଲ୍ମରେ ଏକାଠି କାମ କରିଥିଲେ।  'ରାଧେ' ଚରିତ୍ରରେ ନଜର ଆସି ସିନେମାରେ ଛାଇ ଯାଇଥିଲେ କିଶନ୍ ଓ ଫିଲ୍ମଟିକୁ ବହୁତ ଭଲପାଇବା ମିଳିଥିଲା।

ସିଦ୍ଧାର୍ଥ କନନଙ୍କୁ ଏକ ସାକ୍ଷାତ୍‌କାର ଦେଇ ରବି କିଶନ କହିଛନ୍ତି ଯେ ସେ ସମୟରେ ସଲ୍‌ମାନ ଖାନ୍‌ଙ୍କର ଐଶ୍ବର୍ଯ୍ୟାଙ୍କ ସହ ସଦ୍ୟ ବ୍ରେକ୍‌-ଅପ୍‌ ହୋଇଥାଏ। ଫିଲ୍ମର ସୁଟିଂ ସମୟରେ ସଲମାନ ଖାନ ଖୁବ୍ ଉଦାସ ରହୁଥିଲେ। ଏହି କାରଣରୁ ସଲମାନ ଖାନଙ୍କ 'ତେରେ ନାମ'ରେ ଅଭିନୟ ଭିନ୍ନ ଏକ ଶ୍ରେଣୀର ଥିଲା। ତାଙ୍କ ଚରିତ୍ର ତାଙ୍କର ବାସ୍ତବ ଜୀବନ ସହ ଅଧିକାଂଶ ସମୟରେ ମେଳ ଖାଇ ଯାଉଥିଲା। ରବି କିଶନ ଆହୁରି ବି କହିଛନ୍ତି ଯେ ସଲ୍‌ମାନ ଖାନ୍‌ ବହୁତ ଭଲ ମଣିଷ।

ଆପଣ ଜାଣନ୍ତି, ୨୦୦୩ ମସିହାରେ 'ତେରେ ନାମ୍' ମୁକ୍ତିଲାଭ କରିଥିଲା। ୨୦୦୨ ମସିହାରେ ସଲମାନ ଖାନ ଏବଂ ଐଶ୍ବର୍ଯ୍ୟା ରାୟଙ୍କର ବ୍ରେକଅପ୍ ହୋଇଥିଲା। ଦୁହେଁ ପ୍ରଥମେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ହମ ଦିଲ ଦେ ଚୁକେ ସନମ୍' ସେଟ୍‌ରେ ପରସ୍ପରକୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe