ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ରବି ଟଣ୍ଡନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଏହି ଦୁଃଖଦ ଖବରକୁ ନିଜ ଇନଷ୍ଟାଗ୍ରାମରେ ଝିଅ ରବିନା ଟଣ୍ଡନ୍ ସେୟାର କରିଛନ୍ତି। ଏହି ଖବର ମିଳିବା ପରେ ବଲିଉଡ ସେଲିବ୍ରିଟିମାନେ ଶୋକ ବ୍ୟକ୍ତ କରିଛନ୍ତି।
ରବି ଟଣ୍ଡନ୍ ୧୯୬୦ ମସିହାରେ ଚଳଚ୍ଚିତ୍ର 'ଲବ ଇନ ଶିମଲା'ରେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ। କେବଳ ଏତିକି ନୁହେଁ ସେ ଏହି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିଲେ। କିନ୍ତୁ ୧୯୭୩ ମସିହାରେ ସେ 'ଅନହୋନି' ଚଳଚ୍ଚିତ୍ରର ଲେଖକ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଥିଲେ।
ରବିନା ଟଣ୍ଡନ ଇନଷ୍ଟାଗ୍ରାମରେ ବାପାଙ୍କ ମୃତ୍ୟୁ ଖବର ଦେଇ ଲେଖିଛନ୍ତି, 'ତୁମେ ସବୁବେଳେ ମୋ ସହିତ ଚାଲିବ, ମୁଁ ସର୍ବଦା ତୁମର ରହିବି। ତୁମେ ସବୁବେଳେ ମୋ ସହିତ ରହିବ । ଲଭ ୟୁ ବାପା।’
ଜୁହି ଚାୱଲା ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ' ରବିନା ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସହିତ ମୋର ସମବେଦନା। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ । '
ଏହିଭଳି ଭାବେ ଅନେକ ବଲିଉଡର ସେଲିବ୍ରିଟିମାନେ ରବିନାଙ୍କ ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଶୋକ ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/02/Untitled-1-copy-48.jpg)