କ୍ରିକେଟର ରବୀନ୍ଦ୍ର ଜାଡେଜା ଚାହାଁନ୍ତି,ତାଙ୍କ ବାୟୋପିକ୍‌ରେ ଏହି ଅଭିନେତା ହୁଅନ୍ତୁ ଜାଡେଜା!

Advertisment
କ୍ରିକେଟର ରବୀନ୍ଦ୍ର ଜାଡେଜା ଚାହାଁନ୍ତି,ତାଙ୍କ ବାୟୋପିକ୍‌ରେ ଏହି ଅଭିନେତା ହୁଅନ୍ତୁ ଜାଡେଜା!

ମୁମ୍ବାଇ: କ୍ରିକେଟର ରବୀନ୍ଦ୍ର ଜଡେଜା ଜଣେ ଅଲ୍‌ରାଉଣ୍ଡର୍‌। ସେ ମଧ୍ୟକ୍ରମର ଭରସାଯୋଗ୍ୟ ବ୍ୟାଟ୍‌ସମ୍ୟାନ୍‌। ସେ ଜଣେ ସ୍ପିନର ଓ ଦକ୍ଷ ଫିଲ୍‌ଡର। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଏମ୍‌.ଏସ୍‌ ଧୋନି ରବୀନ୍ଦ୍ରଙ୍କୁ ଶ୍ରଦ୍ଧାରେ ‘ସର୍‌ଜୀ’ ବୋଲି ସମ୍ବୋଧନ କରନ୍ତି।
ଏବେ ଏହି ନାମୀ କ୍ରିକେଟ୍‌ ତାରକାଙ୍କ ଉପରେ ବାୟୋପିକ୍‌ ତିଆରି ହେବ ବୋଲି ଜଣାଯାଇଛି। ତେବେ ଏହା ପୂର୍ବରୁ ରବୀନ୍ଦ୍ର ଜାଡେଜା ନିଜର ମନକଥା ଖୋଲି କରି କହିଛନ୍ତି। ସେ କହିଛନ୍ତି ଯେ,ଯଦି କେହି ତାଙ୍କର ବାୟୋପିକ୍‌ ନିର୍ମାଣ ଲାଗି ତାଙ୍କ ପାଖକୁ ପ୍ରସ୍ତାବ ନେଇ ଆସନ୍ତି,ତେବେ ପ୍ରଥମ ସର୍ତ୍ତ ହେଲା କି ମନପସନ୍ଦ ନାୟକ ହିଁ ତାଙ୍କ ଭୂମିକାରେ ଅଭିନୟ କରିବେ।

publive-image
ଏବେ ଆପଣ ଜାଣିବାକୁ ଚାହିଁବେ କିଏ ରବୀନ୍ଦ୍ର ଜାଡେଜାଙ୍କର ପ୍ରିୟ ନାୟକ ,ଯିଏ କି ବାୟୋପିକ୍‌ରେ ତାଙ୍କ ଭୂମିକା ନିଭାଇବେ। ହଁ ସେ ହେଉଛନ୍ତି ବଲିଉଡର ସିରିଅଲ୍‌ କିସର୍‌ ଇମ୍ରାନ୍‌ ହାସ୍‌ମୀ। ରବୀନ୍ଦ୍ର ଚାହାଁନ୍ତି ତାଙ୍କ ଭୂମିକାକୁ ପରଦା ଉପରେ ଇମ୍ରାନ୍‌ ହାସ୍‌ମୀ ଭଲ ଭାବେ ଫୁଟାଇ ପାରିବେ।
ଆଗରୁ ଇମ୍ରାନ୍‌ ହାସ୍‌ମୀ କ୍ରିକେଟ୍‌ ତାରକା ମହମ୍ମଦ୍‌ ଆଝାରୁଦ୍ଦିନ୍‌ଙ୍କ ଭୂମିକା ନିଭାଇଛନ୍ତି। ୨୦୧୬ରେ ଏମ୍‌.ଏସ୍‌. ଧୋନି ଓ ମହମ୍ମଦ୍‌ ଆଝାରୁଦ୍ଦିନ୍‌ଙ୍କ ବାୟୋପିକ୍‌ ରିଲିଜ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe