ଏନକାଉଣ୍ଟର ପରେ ପ୍ରତିକ୍ରିୟା ପ୍ରକାଶ କରିଲେ ଓଡ଼ିଆ ସିନେଜଗତର ଦୁଇ ନାମୀ ନାୟିକା ତମନ୍ନା ଏବଂ ଶ୍ରଦ୍ଧା

Advertisment
ଏନକାଉଣ୍ଟର ପରେ ପ୍ରତିକ୍ରିୟା ପ୍ରକାଶ କରିଲେ ଓଡ଼ିଆ ସିନେଜଗତର ଦୁଇ ନାମୀ ନାୟିକା ତମନ୍ନା ଏବଂ ଶ୍ରଦ୍ଧା

ମୁମ୍ବାଇ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଆଜି ପୁଲିସ ଏନକାଉଣ୍ଟରରେ ନିହତ ହେବା ପରେ ଓଲିଉଡ କଳାକାରମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

publive-imageଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟିକା ତମନ୍ନା ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ଏଯାବତ୍ ସକାଳେ ଯେତେସବୁ ସୁଖଦ କ୍ଷଣ ପାଇଛି ,ସେଥିରୁ ସବୁଠାରୁ ବଡ଼ ଖବର ଆଜି ମୁଁ ପାଇଛି। ପୁଲିସର ଏହି ଏନକାଉଣ୍ଟର ପରେ ଲୋକଙ୍କର ପୁଲିସ ଉପରେ ଭରସା ବଢ଼ିଯିବ। ଏହାପରେ ଦୁଷ୍କର୍ମ କରିବାକୁ ଭାବିବା ପୂର୍ବରୁ ଜଣେ ଲୋକ ଶହେ ଥର ଭାବିବ। ବାସ୍ତବିକ ଏହା ଏକ ପ୍ରଶଂସନୀୟ ପଦକ୍ଷେପ। ’

publive-imageଓଡ଼ିଆ ସିନେ ଏବଂ ଟେଲି ଜଗତର ଲୋକପ୍ରିୟ ନାୟିକା ଶ୍ରଦ୍ଧା ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି,‘ ଏହି ଘଟଣା ପରେ ପ୍ରିୟଙ୍କା ରେଡିଙ୍କ ଆତ୍ମା ଶାନ୍ତି ପାଇବ । ମୁଁ ବି ବ୍ୟକ୍ତିଗତଭାବେ ଆତ୍ମତୃପ୍ତି ପାଇଛି। ଆଜିକା ଯୁଗରେ ଜଣେ ଝିଅକୁ ଡାକ୍ତର କରିବା କେତେ କଷ୍ଟକର ତାହା କେବଳ ବାପା,ମା’ ଜାଣନ୍ତି। ଏହା ବି ପ୍ରିୟଙ୍କା ରେଡିଙ୍କ ବାପା ମା’ଙ୍କପାଇଁ କିଛିଟା ଆଶ୍ବସ୍ତି ଆଣି ଦେବ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe