ତାରକା ପତ୍ନୀଙ୍କ ଅସଲ କଥା

Advertisment
ତାରକା ପତ୍ନୀଙ୍କ ଅସଲ କଥା

ପ୍ରଯୋଜକ କରନ ଜୋହର ବଲିଉଡର ଏକ ଗୁମର ଖୋଲିଛନ୍ତି। ଅତିସୁନ୍ଦର ଜୀବନ ଜିଉଥିବା ତାରକା ପତ୍ନୀମାନେ ଅନ୍ୟର ବିପଦବେଳେ ବି ଶୋକବ୍ୟକ୍ତ କରନ୍ତି ନାହିଁ। ଏଭଳି କେତେଜଣ ବଲିଉଡ୍ ୱାଇଫ୍‌ଙ୍କ ଲାଇଫ୍ ଷ୍ଟାଇଲକୁ ନେଇ ପ୍ରସ୍ତୁତ ୱେବ ସିରିଜ ଗତବର୍ଷ ନେଟଫ୍ଲିକ୍ସରେ ପ୍ରସାରିତ ହେଇଥିଲା। ଏହି ଫିଲ୍ମ ଦେଖିବା ପରେ କରନଙ୍କ ମନେପଡ଼ିଥିଲା ଅତୀତର ଏମିତି ଏକ ସତସତିକା ଘଟଣା।

ଭାବନା ପାଣ୍ଡେ, ମାହିପ କପୁର, ସୀମା‌ ଖାନ୍ ଓ ନୀଲମ୍ କୋଠାରୀଙ୍କ ସହ କରନ ଏକଦା ଏକ ଶୋକାକୁଳ ପରିବେଶକୁ ଯାଉଥିଲେ। ଫ୍ଲାଇଟ୍‌ ଯୋଗେ ଏମାନେ ଦିଲ୍ଲୀ ଯାଉଥିଲେ। ଜଣେ ପରିଚିତ ତାଙ୍କ ବାପାଙ୍କୁ ହରାଇଥିଲେ। ଏଭଳି ଏକ ଦୁଃଖଦ ଯାତ୍ରାବେଳେ ମଧ୍ୟ ଉକ୍ତ ତାରକା ପତ୍ନୀମାନେ ସାମାନ୍ୟ ମ୍ରିୟମାଣ ନ ଥିଲେ, ବରଂ ରଙ୍ଗିନ ପୋଷାକ ପରିହିତ ହେଇ ଫ୍ଲାଇଟ୍‌ରେ ବସି ଯାତ୍ରା କଲାବେଳେ ନିଜକୁ କ୍ରେଜି ଫିଲ୍ କରୁଥିଲେ। ପରଦାରେ ନିଜ ନିଜର ପତିଆରା ବିଷୟରେ ଆଲୋଚନା କରୁଥିଲେ। ଧଳାକୁର୍ତ୍ତା ପିନ୍ଧିଥିବା ନୀଲମ୍ ଓ ଚଉଥା ପିନ୍ଧିଥିବା ମାହିପ୍ ଏବଂ ଅନ୍ୟମାନେ ସମସ୍ତେ ଯେମିତି ଗୋଟେ ଗ୍ଲାମର ସୋ’ରେ ଏଣ୍ଟ୍ରି ମାରୁଥିବା ଭଳି ଡ୍ରାମା, ଡାଇଲଗ୍ ମାରୁଥିଲେ।

କରନଙ୍କର ମନେପଡ଼ୁଥିଲା ମଧୁର ଭଣ୍ଡାରକରଙ୍କ ‘ପେଜ ଥ୍ରି’ ଚଳଚ୍ଚିତ୍ର କଥା। କରନ ଭାବୁଥିଲେ ଏମାନେ କେତେ ଅସଙ୍ଗତ ଏବଂ ଅବିବେକୀ। ଅତୀତକୁ ମନେପକାଇ କରନ କହିଛନ୍ତି, ଏମାନେ ପରଦାରେ ସିନା ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରନ୍ତି, ହେଲେ ବାସ୍ତବ ଜୀବନରେ କେବଳ ଖୁସି ମନାନ୍ତି। ଏଇ ଯେମିତି କ୍ଲବ୍ ହାଉସ୍, ରେସ୍ତୋଁରା, ବିଦେଶ ଭ୍ରମଣ; ଖାଲି ଏନଜୟମେଣ୍ଟ। ଅନ୍ୟର ବିପଦକୁ ଏମାନେ ସାମାନ୍ୟ ଦେହକୁ ନିଅନ୍ତିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe