ରିଆଲିଟି ସୋ’ର ସବୁଠାରୁ ସଫଳ ଓଡ଼ିଆ ନାୟିକା

Advertisment
ରିଆଲିଟି ସୋ’ର ସବୁଠାରୁ ସଫଳ ଓଡ଼ିଆ ନାୟିକା

ଭୁବନେଶ୍ବର: ଓଲିଉଡରେ ନାୟିକା ସଂକଟ ଦୂର କରିବା ଲାଗି ଏକ ମନୋରଂଜନ ଚାନେଲ ପକ୍ଷରୁ ରିଆଲିଟି ସୋ’ର ଆୟୋଜନ କରାଯାଇଥିଲା। ଏହି ଲୋକପ୍ରିୟ ରିଆଲିଟି ସୋ’ ଜରିଆରେ ନୂଆ ନାୟିକା ସନ୍ଧାନ କାମ ଆରମ୍ଭ ହେବାପରେ ନାୟିକା ସଂକଟ ସ୍ଥିତିରେ ସୁଧାର ଆସିଥିଲା।
ତରଙ୍ଗର ଏହି ରିଆଲିଟି ସୋ’ର ନାଆଁ ଥିଲା ‘କିଏ ହେବ ମୋ’ ହିରୋଇନ୍‌’। ଏଥିରେ ଜଣେ ଜଣାଶୁଣା ନାୟକଙ୍କ ପାଇଁ ନୂଆ ନାୟିକାଙ୍କୁ ସନ୍ଧାନ କରାଯାଇଥିଲା। ଏହାର ପ୍ରଥମ ସିଜିନର ବିଜୟିନୀ ଥିଲେ ଏଲିନା ସାମନ୍ତରାୟ। ଏଲିନାଙ୍କଠାରୁ ଆରମ୍ଭ ହୋଇଥିଲା ଏହି ଟ୍ରେଣ୍ଡ। ସେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜି ‘ଇଶ୍କ ତୁ ହି ତୁ’(୨୦୧୫)ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରେ ହିଁ ନାୟିକା ଭାବେ ଏଲିନା ବେଶ୍‌ ଚର୍ଚ୍ଚିତା ହୋଇଥିଲେ।

ତା’ପରେ ‘ଜଗା ହାତରେ ପଘା’ ଓ ‘ଲଭ୍‌ଷ୍ଟେସନ୍‌’ ଭଳି ସିନେମାରେ ନାୟିକା ସାଜିବା ପରେ ଓଲିଉଡର ଟପ୍‌ ହିରୋଇନ୍‌ଭାବେ ପରିଗଣିତ ହୋଇଥିଲେ ଏଲିନା। ଏହାପରେ ଏଲିନା ‘ଝିଅଟା ବିଗିଡ଼ିଗଲା’, ‘ଅଭୟ’, ‘କାବୁଲା ବାରବୁଲା’, ‘ହାପି ଲକି’, ‘ଟୋକାଟା ଫସିଗଲା’,  ମୁଁ ଖାଣ୍ଟି ଓଡ଼ିଆ ଝିଅ’, ଫୋର୍  ଇଡିଅଟସ୍’, ‘ଦିସ୍ ଇଜ୍ ସବୁ ମାୟାରେ ବାୟା’ ଓ ‘ ମାଲ୍ ମହୁ ଜୀବନ ମାଟି’ ଆଦି ସିନେମାରେ ନଜର ଆସିଛନ୍ତି।

publive-image ଏଲିନା ଏଯାବତ୍ ଅନୁଭବ, ଅରିନ୍ଦମ, ବାବୁସାନ୍ ଓ ସବ୍ୟସାଚୀଙ୍କ ପରି ସବୁ ଟପ୍ ନାୟକଙ୍କ ସହ କାମ କରିସାରିଛନ୍ତି। ଖାଲି ସେତିକି ନୁହେଁ ତାଙ୍କୁ ବସନ୍ତ ସାହୁ,ଅବତାର ସିଂହ, ସୁଧାଂଶୁ ମୋହନ, ଅଶୋକ ପତି, ସୁଶାନ୍ତ ମଣି, ତାପସ ସରଘରିଆ, ରମେଶ ରାଉତ ଓ  ମୁରଲୀକ୍ରିଷ୍ଣାଙ୍କ ଭଳି ଓଲିଉଡର ଅଧିକାଂଶ ଆଗ ଧାଡ଼ିର ନିର୍ଦେଶକଙ୍କ ସହ କାମ କରିବାର ସୁଯୋଗ ମିଳିଛି।

ସତ କହିବାକୁ ଗଲେ ଏଭଳି ରିଆଲିଟି ସୋ’ର ପ୍ଲାଟଫର୍ମରୁ ଆସି ନାୟିକା ଭାବେ ଏଲିନା ଯେଉଁ ସଫଳତା ପାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ରୂପେ ପ୍ରେରଣାଦାୟୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe