ହଲିଉଡ୍‌ ଅଭିନେତା ରିଚାର୍ଡ ଗେରେ ୭୦ ବର୍ଷରେ ଦ୍ବିତୀୟ ସନ୍ତାନର ବାପା

Advertisment
ହଲିଉଡ୍‌ ଅଭିନେତା ରିଚାର୍ଡ ଗେରେ ୭୦ ବର୍ଷରେ ଦ୍ବିତୀୟ ସନ୍ତାନର ବାପା

India TV

ହଲିଉଡ୍‌ ତାରକା ରିଚାର୍ଡ ଗେରେ ଏବଂ ତାଙ୍କ ପତ୍ନୀ ସାମାଜିକ କର୍ମୀ ଆଲେଜାଣ୍ଡ୍ରା ସିଲ୍‌ଭା ସେମାନଙ୍କର ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଦ୍ବିତୀୟ ସନ୍ତାନଟି ପୁତ୍ର ରୂପରେ ସେ ଲାଭ କରିଛନ୍ତି। ସ୍ପାନିସ୍‌ ପତ୍ରିକା ‘ହୋଲା’ର ସୂଚନା ମୁତାବକ ନ୍ୟୁୟର୍କର ପାଉଣ୍ଡ୍‌ ରିଜ୍‌ରେ ଦୁହେଁ ଏବେ ନିଜର ଦ୍ବିତୀୟ ସନ୍ତାନ ସହ ସମୟ ଅତିବାହିତ କରୁଛନ୍ତି। ନୂତନ ଜନ୍ମିତ ପୁତ୍ର ସନ୍ତାନଙ୍କ ଜନ୍ମ ତାରିଖ ବାବଦରେ ସୂଚନା ମିଳିନାହିଁ। ତେବେ ଗେରେଙ୍କୁ ଏବେ ୭୦ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ସିଲ୍‌ଭାଙ୍କ ବୟସ ୩୭ ବର୍ଷ। ସେମାନଙ୍କର ଅନ୍ୟ ଏକ ସନ୍ତାନ ହେଉଛି ଆଲେକ୍ସାଣ୍ଡାର। ସେ ଗତ ବର୍ଷ ଜନ୍ମ ନେଇଥିଲା। ଅଭିନେତା ଗେରେଙ୍କର ହୋମର ନାମରେ ୨୦ ବର୍ଷୀୟ ସନ୍ତାନ ଅଛି। ସେ ତାଙ୍କର ପୂର୍ବତନ ପତ୍ନୀ କ୍ୟାରି ଲୋୱେଲ୍‌ଙ୍କ ସୂତ୍ରରୁ ଜନ୍ମ ନେଇଛନ୍ତି। ସେହିଭଳି ସିଲ୍‌ଭାଙ୍କର ମଧ୍ୟ ତାଙ୍କ ପୂର୍ବତନ ସ୍ବାମୀ ଗୋବିନ୍ଦ ଫ୍ରେଡ୍‌ଲାଣ୍ଡଙ୍କ ସୂତ୍ରରୁ ଏକ ୭ ବର୍ଷର ପୁତ୍ର ସନ୍ତାନ ଅଛି। ଗେରେ ଓ ସିଲ୍‌ଭା ୩ ବର୍ଷ ପରସ୍ପରକୁ ଡେଟିଂ କରିବା ପରେ ୨୦୧୮ ଏପ୍ରିଲ୍‌ ମାସରେ ଗୁପ୍ତରେ ବିବାହ କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe