ଏହି ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ଅନୁଭବ-ବର୍ଷାଙ୍କ ଏକତ୍ର ଅଭିନୟ ଯାତ୍ରା...

Advertisment
ଏହି ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ଅନୁଭବ-ବର୍ଷାଙ୍କ ଏକତ୍ର ଅଭିନୟ ଯାତ୍ରା...

YouTube

ଭୁବନେଶ୍ବର: ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସଂପର୍କରେ ଫାଟ ଦେଖା ଦେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିିଛି। ଦୀର୍ଘ ୧୫ ବର୍ଷର ଅଭିନୟ ଯାତ୍ରା ଓ ୬ ବର୍ଷର ବୈବାହିକ ଜୀବନ ପରେ ଯେଉଁ ଭଳି ଭାବେ ସେମାନେ ଏବେ ଅଦାଲତ ଦ୍ବାରସ୍ଥ ହୋଇଛନ୍ତି ତାହା ସଭିଁଙ୍କୁ ଚକିତ କରିଛି।

୨୦୦୩ ମସିହାରେ ‘ଏ ଯୁଗର କୃଷ୍ଣ ସୁଦାମା’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ବର୍ଷା ପ୍ରିୟଦର୍ଶନୀ। ତା’ର ଠିକ୍‌ ବର୍ଷକ ପରେ ‘ଆଇ ଲଭ୍‌ ୟୁ’ ଚଳଚ୍ଚିତ୍ର ଜରିଆରେ ସିନେ ଜଗତରେ ପାଦ ରଖିଥି‌ଲେ ଅନୁଭବ ମହାନ୍ତି। ୨୦୦୫ ମସିହାରେ ଅନୁଭବ ଓ ବର୍ଷା ପ୍ରଥମ ଥର ପାଇଁ ‘ଟୋପାଏ ସିନ୍ଦୂର ଦିଟୋପା ଲୁହ’ ଚଳଚ୍ଚିତ୍ରରେ ଏକତ୍ର ଅଭିନୟ କରିଥିଲେ। ତେବେ ଏହି ଯୋଡ଼ି ପରସ୍ପରଙ୍କ ବିପକ୍ଷରେ ନ ଥିଲେ। ବର୍ଷାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବଙ୍କ ନାୟିକା ସାଜିଥିଲେ ଅନୁ ଚ‌ୌଧୁରୀ। ପ୍ରଥମ ଥର ପାଇଁ ପରସ୍ପରଙ୍କ ବିପକ୍ଷରେ ଅଭିନୟର ସୁଯୋଗ ପାଇଥିଲେ ୨୦୦୬ ମସିହାରେ ‘ଥ୍ୟାଙ୍କ୍‌ ୟୁ ଭଗବାନ’ ଚଳଚ୍ଚିତ୍ରରେ।

ପ୍ରାୟ ୧୦ରୁ ଅଧିକ ଚଳଚ୍ଚିତ୍ରରେ ସାଥି ହୋଇ କାମ କରିଥିବା ଅନୁଭବ ଓ ବର୍ଷାଙ୍କ ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‌‘ନେଇ ଯାଆରେ ମେଘ ମତେ’, ‘ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌’, ‘ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌-୨’, ‘କେହି ଜଣେ ଭଲ ଲାଗେରେ’, ‘ କିଏ ସେ ଡାକୁଛି କୋଉଠି ମତେ’, ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’, ‘ଆମ ଭିତରେ କିଛି ଅଛି କି’, ‘ଗପ ହେଲେ ବି ସତ’, ‘ବାଳୁଙ୍ଗା ଟୋକା’, ମାଟ୍ରିକ୍‌ ଫେଲ୍‌’ ଇତ୍ୟାଦି।

publive-image Update Odisha

ଆପଣ ଜାଣିଥିବେ ନିଶ୍ଚୟ ଯେ  ନାୟକ ଅନୁଭବ ମହାନ୍ତି କେବଳ ଯେ ଜଣେ ଅଭିନେତା ତା’ ନୁହେଁ , ବରଂ ସିନେମା ଦୁନିଆରେ ତାଙ୍କର ଆଉ ଏକ ପରିଚୟ ହେଲା ଯେ ସେ ଜଣେ ପ୍ରଯୋଜକ ବି। ହଁ ଅନୁଭବ ଏବଂ ତାଙ୍କ ସାନ ଭାଇ ଅନୁପ୍ରାସ ମିଶି କେତୋଟି ସିନେମାର ନିର୍ମାଣ ବି କରିଛନ୍ତି। ଅନୁଭବଙ୍କ ହୋମ୍‌ ପ୍ରଡକସନ୍‌ର ନାଆଁ ହେଲା ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ।

ତେବେ ଏକଥା କହିବାର କାରଣ ହେଉଛି, ଅନୁଭବଙ୍କ ହୋମ୍‌ ପ୍ରଡ୍‌କସନର ଏପରି ଏକ ଚଳଚ୍ଚିତ୍ର ଅଛି ଯେଉଁଥିରେ ପତ୍ନୀ ବର୍ଷା ଅଭିନୟ କରି ନଥିଲେ। ଏହି ସିନେମାଟି ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଏସିପି ରଣବୀର୍‌’ । ଏଥିରେ ଜଣେ ପରଦେଶୀ ନାୟିକାଙ୍କୁ ଦେଖିବାକୁ ମିଳିଥିଲା । ସେ ହେଲେ ଆକାଂକ୍ଷା ଚୌଧୁରୀ । ଏସିପି ରଣବୀରର ସଂଳାପ ଲେଖିଥିଲେ ବିଜୟ ମଲ୍ଲ । ଏଥିରେ ଆକାଂକ୍ଷାଙ୍କୁ ପ୍ରଥମେ ଅନୁଭବଙ୍କ ପ୍ରେମିକା ଓ ପରେ ପତ୍ନୀ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଏଥିରେ ପ୍ରଭାବଶାଳୀ ଅଭିନୟ ମଧ୍ୟ କରିଥିଲେ ଆକାଂକ୍ଷା । ହେଲେ ‘ଏସିପି ରଣବୀର’ ପରେ ଅନ୍ୟ କୌଣସି ସିନେମାରେ ଅନୁଭବ-ଆକାଂକ୍ଷାଙ୍କ ଯୋଡ଼ି ନଜର ଆସିନାହାନ୍ତି ଏଯାବତ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe