୪୦୦ କୋଟିକୁ ବି ପ୍ରତ୍ୟାଖ୍ୟାନ

Advertisment
୪୦୦ କୋଟିକୁ ବି ପ୍ରତ୍ୟାଖ୍ୟାନ

Onmanorama

କୋଭିଡ୍ ସଂକ୍ରମଣ ଏବଂ ଏହାର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ଦେଶରେ ଜାରି ହେଇଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପରି କଟକଣା ଯୋଗୁଁ ପ୍ରେକ୍ଷାଳୟଗୁଡ଼ିକରେ ତାଲା ପଡ଼ିଯାଇଥିଲା। ଏଥିଯୋଗୁଁ ସିନେମା ଶିଳ୍ପ ଉପରେ ଶକ୍ତ ଆଘାତ ଲାଗିଥିଲା। ଏଭଳି ଅଭାବନୀୟ ପରିସ୍ଥିତିରେ ବଲିଉଡ୍‌ର ସୁପର ହିରୋ କୁହାଯାଉଥିବା ସଲମାନ୍ ଖାନ୍ ଏବଂ ଆକ୍ସନ୍ ଷ୍ଟାର୍‌ ଅକ୍ଷୟ କୁମାରଙ୍କ ପରି ଅଭିନେତା ଏବଂ ବହୁ ନାମୀଦାମୀ ପ୍ରଯୋଜକ ଓ ନିର୍ଦ୍ଦେଶକ ନିଜ ସିନେମାକୁ ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍ ଭିଡିଓ ଆଦି ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଅଙ୍ଗୀକାର ହେଲେ। ହେଲେ ଛାତିକୁ ପଥର କରି ଚୁପ୍ ବସିଲେ ସିନା ପ୍ରଯୋଜକ ଆଦିତ୍ୟ ଚୋପ୍ରା କାହା ସହ ସାଲିସ୍ କଲେ ନାହିଁ।

ଆଦିତ୍ୟଙ୍କ ୟଶରାଜ୍‌ ଷ୍ଟୁଡିଓଜ୍ (ୱାଇଆର୍‌ଏଫ୍ ଫିଲ୍ମସ୍) ପ୍ରଡକ୍ସନ୍ ହାଉସ୍ ତରଫରୁ ନିର୍ମାଣ ହେଇଥିବା ବଣ୍ଟି ଔର୍‌ ବବଲି-୨, ଶାମଶେରା, ପୃଥ୍ବୀରାଜ, ଜୟେଶ ଭାଇ ଜୋରଦାର ଭଳି ଚଳଚ୍ଚିତ୍ର ମହଜୁଦ ରହିଛି। ତାଙ୍କ ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଅନେକଥର ପ୍ରସ୍ତାବ ଆସିଲାଣି, ହେଲେ ସେ ପ୍ରତ୍ୟାଖାନ କରିଦେଉଛନ୍ତି। କୋଭିଡ୍‌ର ଦ୍ବିତୀୟ ଲହର ଥମିଯିବା ପରେ ମହାରାଷ୍ଟ୍ରରେ ସରକାର ସିନେମା ହଲ ଉପରୁ କଟକଣା କୋହଳ କଲେ। ଏତିକିବେଳେ ଆମାଜନ୍ ପ୍ରାଇମ୍ ଭିଡିଓ ଆଦିତ୍ୟଙ୍କ ୪ଟି ସିନେମା ପାଇଁ ୪୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲା। ଅନ୍ୟ କୌଣସି ପ୍ରଯୋଜକ ହୋଇଥିଲେ ହୁଏତ ଏଇ ପ୍ରସ୍ତାବ ବିଷୟରେ କିଛି ବିଚାରବିମର୍ଶ କରିବାକୁ କିଛି ଦିନର ମହଲତ ନେଇଥା’ନ୍ତେ, ହେଲେ ଆଦିତ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ଏହାପରେ ଅନ୍ୟ ଯେତେ ଡିଜିଟାଲ୍ ପ୍ଲାଟଫର୍ମ ସଂସ୍ଥା ପକ୍ଷରୁ ଆଦିତ୍ୟଙ୍କୁ ଆହୁରି ଅଧିକ ଟଙ୍କାରେ ଚଳଚ୍ଚିତ୍ର ଦେବା ପାଇଁ ପ୍ରସ୍ତାବ ଦିଆଗଲା, ସେମାନଙ୍କ କଥାରେ ମଧ୍ୟ ସେ ଆଦୌ ରାଜି ହେଇନାହାନ୍ତି।

ଆଦିତ୍ୟଙ୍କର ଏକା ଜିଦ୍‌, ଯେକୌଣସି ପରିସ୍ଥିତିରେ ନିଜ ପ୍ରଡକ୍ସନ୍ ହାଉସ୍ ତିଆରି କରିଥିବା କୌଣସି ସିନେମାକୁ ସେ ଓଟିଟିକୁ ଦେବେ ନାହିଁ। ଏହା ଜାଣି ସାରା ବଲିଉଡ୍ ଚକିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe