ରେଖା @୬୭

Advertisment
ରେଖା @୬୭

Indian News Live

ଅଭିନେତ୍ରୀ ରେଖା ଆଜି ନିଜର ୬୭ତମ ଜନ୍ମ ଦିନ ପାଳନ କରିଛନ୍ତି। ଏହି ଅବସରରେ ରେଖାଙ୍କ ବାୟୋଗ୍ରାଫି ଲେଖୁଥିବା ୟାସେର ଉସ୍‌ମାନ୍‌ ରେଖାଙ୍କ ଜୀବନର ଅକୁହା କଥା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଆଜି ରେଖା ଯେତେ ଚୁପ୍‌ ରହୁଛନ୍ତି ସେ କେବେ ବି ଏମିତି ନଥିଲେ। ଗତ ୩ ଦଶନ୍ଧି ଧରି ରେଖା କୌଣସି ସାକ୍ଷାତକାର ଦେଇନାହାନ୍ତି। ୧୯୭୦ରୁ ୮୦ ଦଶକରେ ରେଖାଙ୍କର ବର୍ଷକୁ ୧୦୦ରୁ ଊର୍ଧ୍ବ ସାକ୍ଷାତକାର ଦେଖିବାକୁ ମିଳୁଥିଲା। ସେ ଅତ୍ୟନ୍ତ ଖୋଲା ମିଜାଜ୍‌ର ଥିଲେ। କିନ୍ତୁ ତାଙ୍କ ଜୀବନରେ ଏମିତି କିଛି ଘଟିଥିଲା ଯାହା ରେଖାଙ୍କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ସେ କଳା ରଙ୍ଗର ଥିବାରୁ ସେତେବେଳେ କୌଣସି ଅଭିନେତା ତାଙ୍କ ସହ କାମ କରିବାକୁ ଚାହୁଁନଥିଲେ। ତଥାପି ତାଙ୍କ ସମୟର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସେ ଉଭା ହୋଇଥିଲେ। କିନ୍ତୁ ତାଙ୍କୁ ‘ଡାହାଣୀ’ର ଆଖ୍ୟା ସବୁଠାରୁ ଅଧିକ ଭାଙ୍ଗି ଦେଇଥିଲା। ୧୯୯୧ରେ ତାଙ୍କ ସ୍ବାମୀ ମୁକେଶ ଅଗ୍ରୱାଲ ଆତ୍ମହତ୍ୟା କରିଥିଲେ। ଏହାପରେ ସାରା ଦେଶ ତାଙ୍କୁ ଡାହାଣୀର ଆଖ୍ୟା ଦେଇଥିଲା। ବଲିଉଡ୍‌ର ବଡ଼ ବଡ଼ ହସ୍ତୀ ବି ତାଙ୍କୁ ଅପମାନିତ କରିଥିଲେ। ଏଭଳି ପରିସ୍ଥିତି ରେଖାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଏହା ପରଠାରୁ ରେଖା ଚୁପ୍‌ ହିଁ ରହୁଛନ୍ତି ବୋଲି ୟାସେର ଉସ୍‌ମାନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe