ପୁଣି ଚର୍ଚ୍ଚାରେ ରେଖା-ଅମିତାଭଙ୍କ ପ୍ରେମ କାହାଣୀ

Advertisment
ପୁଣି ଚର୍ଚ୍ଚାରେ ରେଖା-ଅମିତାଭଙ୍କ ପ୍ରେମ କାହାଣୀ

koimoi.com

ବଲିଉଡ୍‌ର ଦୁଇ ପ୍ରଖ୍ୟାତ କଳାକର ଭାନୁରେଖା ଗଣେଶନ ଓ ଅମିତାଭ୍ ବଚ୍ଚନଙ୍କ ପ୍ରେମ କାହାଣୀକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇଣ୍ଡିଆନ୍ ଆଇଡଲ୍-୧୨ରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବା ଅବସରରେ ରେଖାଙ୍କ ଏକ ମନ୍ତବ୍ୟ ଆଜି ବି ବିଗ୍ ବି’ଙ୍କ ପ୍ରତି ତାଙ୍କ ପ୍ରେମ ଥିବା ଦର୍ଶାଉଛି। ଏହି ଲୋକପ୍ରିୟ ରିୟଲିଟି ସୋ’ର ଏକ ପ୍ରମୋରେ ଦେଖାଯାଉଛି ଯେ ରେଖା ଅମିତାଭଙ୍କ ଅଭିନୀତ ଏକ ଚଳଚ୍ଚିତ୍ରର ଗୀତରେ ଷ୍ଟେଜ୍-ଏଣ୍ଟ୍ରି କରୁଛନ୍ତି। ଏହା ପରେ ଆଙ୍କର୍ ଜୟ ଭାନୁଶା​ଲୀ ସୋ’ ମଝିରେ ପ୍ରଶ୍ନ କରୁଛନ୍ତି, ‘ଜଣେ ବିବାହିତ ପୁରୁଷକୁ କେହି ମହିଳା ପ୍ରେମ କରୁଥିବାର ଆପଣମାନେ ଦେଖିଛନ୍ତି କି? ତେବେ କେହି କିଛି କହିବା ଆଗରୁ ରେଖା କହୁଛନ୍ତି, ମତେ ପଚାରନ୍ତୁ ନା, ମୁଁ କହିବି। ତେବେ ଏହା ପରେ କେହି କିଛି କହିବା ଆଗରୁ ବିଚାରକ, ଦର୍ଶକ ସମେତ ପ୍ରତିଯୋଗୀଙ୍କ କୋଳାହଳ ଦେଖିବାକୁ ମିଳୁଛି। ତେବେ ରେଖା ସିଧାସଳଖ ଅମିତାଭଙ୍କ ପ୍ରେମକୁ ନେଇ କିଛି କହି ନଥିଲେ ବି ଅଶି ଦଶକର ସୁପରହିଟ୍ ଯୋଡ଼ିରୁ ପ୍ରେମ କାହାଣୀକୁ ପରିବର୍ତ୍ତନ ହୋଇଥିବା ଏହି ସଂପର୍କ ବି-ଟାଉନ୍‌ରେ କାହାକୁ ବି ଅଛପା ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe