ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖା ଯେଉଁଠିକି ବି ଯାଆନ୍ତି ନିଶ୍ଚୟ ଚର୍ଚ୍ଚାକୁ ଆସିଥାଆନ୍ତି। ନିକଟରେ ରେଖା ବଲିଉଡର ସୋ ମ୍ୟାନ ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ପହଞ୍ଚିଥିଲେ।
କପୁର ପରିବାର ରାଜ କପୁରଙ୍କ ଜନ୍ମବାର୍ଷିକୀକୁ ଖୁବ ଧୁମଧାମରେ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରେଖାଙ୍କ ସମେତ ଅନେକ ବଲିଉଡ କଳାକାର ପହଞ୍ଚିଥିଲେ। ଏଠାରେ ରେଖା ଅମିତାଭ ବଚ୍ଚନଙ୍କ ନାତିଙ୍କୁ ଦେଖି ଖୁବ ଖୁସି ହୋଇ ଆଲିଙ୍ଗନ କରି ପକାଇଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଭାାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ‘ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହିତ ହଠାତ ରେଖାଙ୍କ ଦେଖା ହେଉଛି। ଅଗସ୍ତ୍ୟଙ୍କୁ ଦେଖି ରେଖା ନିଜକୁ ସମ୍ଭାଳି ପାରି ନଥିଲେ। ସେ ଅଗସ୍ତ୍ୟଙ୍କ ପାଖକୁ ଯାଇ ଆଲିଙ୍ଗନ କରି ଖୁବ ସ୍ନେହ କରିଥିଲେ। ଏହି ସମୟରେ ଅଗସ୍ତ୍ୟ ବି ରେଖାଙ୍କ ଖୁବ ସମ୍ମାନ କରି ହାତ ଯୋଡ଼ି ପ୍ରଣାମ ଜଣାଇଥିଲେ।
Follow Us