Amitabh Bachchan
ମୁମ୍ବାଇ: ଏକଦା ବଲିଉଡ୍ ସୁପର୍ଷ୍ଟାର୍ ଅଭିତାଭ ବଚ୍ଚନ ଓ ବଲିଉଡ୍ କୁଇନ୍ ରେଖାଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ଜୋର୍ଦାର ଚର୍ଚ୍ଚା ଚାଲିଥିବା କଥା ଆପଣ ଶୁଣିଥିବେ ନିଶ୍ଚୟ। ଏତେ ବର୍ଷ ପରେ ମଧ୍ୟ ଅମିତାଭଙ୍କ ନାମ ସହ ଯୋଡ଼ା ଯାଏ ରେଖାଙ୍କ ନାମ। ସୁଯୋଗ ମିଳିଲେ ପ୍ରଶଂସକମାନେ ଅମିତାଭଙ୍କ ନାମ ସହ ରେଖାଙ୍କ ନାମ ଯୋଡ଼ିବାକୁ ଆଦୌ ଭୁଲନ୍ତି ନାହିଁ।
ଆପଣ ଜାଣିଥିବେ ନିଶ୍ଚୟ ଯେ ଗତ କାଲି ରାତିରେ ବିଗ୍ ବି ଅମିତାଭ ବଚ୍ଚନ କରୋନା ପଜିଟିଭ୍ ବାହାରିଛନ୍ତି। ସେହି ସମାନ ସମୟରେ ରେଖାଙ୍କ ବଡିଗାର୍ଡ ବି କରୋନା ପଜିଟିଭ୍ ବାହାରିଛନ୍ତି।
ଏହାକୁ ନେଇ ଟ୍ବିଟର୍ ବ୍ୟବହାରକାରୀମାନେ ମଜା ମଜା ଟ୍ବିଟ୍ ସବୁ କରିବାରେ ଲାଗିଛନ୍ତି। ବିଗ୍ ବିଙ୍କ ସହ ରେଖାଙ୍କ ବଡିଗାର୍ଡର ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ନିହାତି ଭାବେ ଏକ ଆଶ୍ଚର୍ଯ୍ୟଜନକ କଥା ଯେ ଯେଉଁଦିନ ଅମିତାଭ ବଚ୍ଚନ କରୋନା ପଜିଟିଭ୍ ବାହାରିଲେ ସେହି ସମାନ ଦିନରେ ହିଁ ରେଖାଙ୍କ ବଡିଗାର୍ଡ ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି।’
ରେଖା ଓ ଅମିତାଭଙ୍କର କିଛି ପ୍ରଶଂସକ ସୋସିଆଲ୍ ମିଡିଆରେ ଚାଲିଥିବା ରେଖା-ଅମିତାଭ ଟ୍ରେଣ୍ଡ୍କୁ ଅତ୍ୟନ୍ତ ନିନ୍ଦା କରିଛନ୍ତି। ଏହି ସମୟରେ ଏପରି ମଜାକ କରୁଥିବା ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ତିରସ୍କାର କରିଛନ୍ତି ପ୍ରଶଂସକ।
  
 Follow Us