ଆଜି ରିଲିଜ୍‌ ହେଉଛି ଏହି ଦୁଇଟି ଓଡ଼ିଆ ସିନେମା

Advertisment
ଆଜି ରିଲିଜ୍‌ ହେଉଛି ଏହି ଦୁଇଟି ଓଡ଼ିଆ ସିନେମା

ଭୁବନେଶ୍ୱର: ଆଜି ତରଙ୍ଗ ସିନେ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍‌ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍‌ ସୁରଦାସ ଏବଂ ‘ପ୍ରେମ କୁମାର୍‌’ । ଏଥିଭିତରୁ ଶ୍ରୀମାନ୍‌ ସୁରଦାସ ୧୪ ତାରିଖରେ ରିଲିଜ୍‌ ହେବାର ସ୍ଥିର କରାଯାଇଥିଲା। ହେଲେ ତିତଲିର ପ୍ରଭାବ ଯୋଗୁଁ ଏହାର ରିଲିଜ୍‌ ତାରିଖ ଘୁଞ୍ଚିଲା ବୋଲି କୁହାଗଲା। ଏବେ ଏହି ସିନେମା ଆଜି ରିଲିଜ୍‌ ହେଉଛି। ଏଥିରେ ବାବୁସାନ୍‌, ଭୂମିକା,ବୁଦ୍ଧାଦିତ୍ୟ ମହାନ୍ତି,ବବି ମିଶ୍ର,ମିହିର ଦାସ ଏବଂ ଅପରାଜିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି ଏବଂ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମଦାର। ରଣଜିତ ପଟ୍ଟନାୟକ ଏହାର ସଂଳାପକାର।

publive-image
ଠିକ୍‌ ସେହିପରି ଅନ୍ୟ ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ ବି ଆଜି ପରଦାକୁ ଅ୍ରାସୁଛି। ଏହା ୨୦୧୮ର ରଜ ବଜାରକୁ ଆସିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ଅଟକି ରହିଥିଲା। ଏହାର ଟାଇଟଲ ରୋଲରେ ଥିଲେ ଓଲିଉଡ଼୍‍ର ଅନ୍ୟତମ ଟପ୍‌ ହିରୋ ଅନୁଭବ ମହାନ୍ତି। ‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହିତ ଦୁଇ ଜଣ ନାୟିକା ଅଛନ୍ତି। ସେମାନେ ହେଲେ ଶିବାନୀ ଓ ତମନ୍ନା।‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହ ଶିବାନୀ ଓ ତମନ୍ନା ପ୍ରଥମଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏଥିରେ କୁନା ତ୍ରିପାଠୀ ଓ ସୁରେଶ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।‘ପ୍ରେମ କୁମାର୍‌’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe