ଜାନୁଆରିରେ ନୁହେଁ , ଜାଣନ୍ତୁ କେବେ ଆସିବ ‘ଶକ୍ତି’

Advertisment
ଜାନୁଆରିରେ ନୁହେଁ , ଜାଣନ୍ତୁ କେବେ ଆସିବ ‘ଶକ୍ତି’

ଭୁବନେଶ୍ୱର: ରୋନକ ସାହୁ ଏବଂ ମୀନତି ସାହୁଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ସିନେମା‘ଶକ୍ତି’ର ପୋଷ୍ଟ ପ୍ରଡକସନ୍‌ କାମ ଶେଷ ହୋଇଛି। ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ଏହା ନୂଆ ବର୍ଷରେ ଆସିବ ।ହେଲେ ଏବେ ଜଣାଯାଇଛି ଯେ ‘ଶକ୍ତି’ ଚଳିତ ବର୍ଷ ମାର୍ଚ ମାସରେ ପରଦାକୁ ଆସିବ। ତା‘ପୂର୍ବରୁ ଏହାର ଅଡିଓ ରିଲିଜ୍‌ ଫେବୃଆରି ୧୪ ତାରିଖରେ କରାଯିବାର ଲକ୍ଷ୍ୟ ରଖାଯାଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ। ଏହି ସିନେମାରେ ନବାଗତ କରଣ ଅଛନ୍ତି ନାୟକ ଭୂମିକାରେ ଏବଂ ସୂରମୟୀ ଅଛନ୍ତି ନାୟିକା ଚରିତ୍ରରେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି , ମିହିର ଦାସ,ଅପରାଜିତା,ପପୁ ପମପମ୍‌ ,ପପି ସନ୍ତୁକା ,ବିଜୁ ବଡ଼ଜେନା ଏବଂ ପ୍ରତିଭା ପଣ୍ଡା ପ୍ରମୁଖ ଅଛନ୍ତି।

publive-image

ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର। ଏହାର ସଂଳାପ ଲେଖିଛନ୍ତି ରଣଜିତ ପଟ୍ଟନାୟକ। ଏହା ଏକ ଆକସନ୍‌ –ରୋମାଣ୍ଟିକ୍‌ ସିନେମା। ଏଥିରେ କରଣଙ୍କୁ ଦମଦାର୍‌ ରୋଲରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ସେ ଅଛନ୍ତି ଟାଇଟଲ ରୋଲରେ। ତାଙ୍କ ବିପକ୍ଷରେ ନାୟିକା ଭୂମିକା ନିଭାଇଥିବା ସୂରମୟୀଙ୍କ ଅଭିନୀତ ଚରିତ୍ରର ନାମ ରହିଛି ପ୍ରିୟା। ମୋଟାମୋଟିଭାବେ ସିନେମା ଶକ୍ତି ଏବଂ ପ୍ରିୟାଙ୍କ ପ୍ରେମ କାହାଣୀକୁ ନେଇ ଗତିଶୀଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe