‘ମେଁ ଖିଲାଡି ତୁ ଅନାଡି’ର ରିମେକ୍‌ରେ ଅକ୍ଷୟ କୁମାର ଏବଂ ସୈଫ୍‌ ଅଲ୍ଲୀ ଖାନଙ୍କ ପୁଅ

‘ମେଁ ଖିଲାଡି ତୁ ଅନାଡି’ର ରିମେକ୍‌ରେ ଅକ୍ଷୟ କୁମାର ଏବଂ ସୈଫ୍‌ ଅଲ୍ଲୀ ଖାନଙ୍କ ପୁଅ

ମୁମ୍ବାଇ: ୨୦୧୮ରେ କେତେକ ଷ୍ଟାର୍‌ ସନ୍‌ ଓ ଡଟର୍‌ ବଲିଉଡରେ ଡେବ୍ୟୁ କରିବେ ବୋଲି ଜଣାଯାଇଛି । ଏମାନଙ୍କ ସହିତ ଏବେ ଯୋଡା ଯାଇଛି ଦୁଇଟି ନୂଆ ନାମ । ସେ ଦୁହେଁ ହେଲେ ସୁପରଷ୍ଟାର୍‌ ଅକ୍ଷୟ କୁମାର ଏବଂ ସୈଫ୍‌ ଅଲ୍ଲୀ ଖାନଙ୍କ ପୁଅ । ଅକ୍ଷୟ କୁମାରଙ୍କ ପୁଅ ଆରବ ଏବଂ ସୈଫ୍‌ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍‌ ଉଭୟଙ୍କ ପିତାଙ୍କ ଅଭିନୀତ ସୁପରହିଟ୍‌ ସିନେମା ‘ମେଁ ଖିଲାଡି ତୁ ଅନାଡି’ର ରିମେକ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଏଥିରେ ଆରବ ତାଙ୍କ ବାପା ଅକ୍ଷୟ କୁମାର କରିଥିବା ଭୂମିକା ଏବଂ ଇବ୍ରାହିମ୍‌ ବାପା ସୈଫ୍‌ ଅଲ୍ଲୀ ଖାନଙ୍କ ଚରିତ୍ରରେ ଅଭିନୟ କରିବେ।

publive-image photo-navbharattimes

ଏବେ ଆରବ ଏବଂ ଇବ୍ରାହିମ୍‌ ଏଥିଲାଗି ସିକ୍ସ ପ୍ୟାକ୍‌ ବଡ଼ି ତିଆରି କରୁଥିବା କୁହାଯାଉଛି। ତେବେ ଏଥିରେ କିଏ ଉଭୟଙ୍କର ନାୟିକା ହେବେ ତାହା ଜଣା ପଡ଼ିନାହିଁ। ଯେଉଁ ଭେନସ୍‌ କଂପାନି‘ମେଁ ଖିଲାଡି ତୁ ଅନାଡି’ ତିଆରି କରିଥିଲେ ସେହି ସଂସ୍ଥା ଏହାର ରିମେକ ପାଇଁ ଆଗ୍ରହ ଦେଖାଇଥିବା ବି କୁହାଯାଉଛି। ଏହାର ନିର୍ଦ୍ଦେଶନା କିଏ ଦେବେ ତାହା ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe