ରେମୋ ‌ଡିସୁଜାଙ୍କର ହୃଦ୍‌ଘାତ

ରେମୋ ‌ଡିସୁଜାଙ୍କର ହୃଦ୍‌ଘାତ

Unique News Online

ବଲିଉଡ୍‌ର ଖ୍ୟାତନାମା ନୃତ୍ୟ ସଂଯୋଜକ ଓ ନିର୍ଦେଶକ ରେମୋ ଡିସୁଜାଙ୍କର ହୃଦ୍‌ଘାତ ହୋଇଛି। ସ୍ଥିତି ଗମ୍ଭୀର ଥିବାରୁ ତାଙ୍କୁ କୋକିଳାବେନ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ନିର୍ଦେଶକ ଅହମ୍ମଦ ଖାନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ୱେବସାଇଟ୍‌ର ସୂଚନା ମୁତାବକ, ରେମୋଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରି ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରେମୋଙ୍କ ସହ ତାଙ୍କ ପତ୍ନୀ ଲିଜେଲ୍‌ ମଧ୍ୟ ହସ୍ପିଟାଲ୍‌ରେ ଅଛନ୍ତି। ରେମୋଙ୍କ ନିର୍ଦେଶନାରେ ପ୍ରସ୍ତୁତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ ଚଳିତ ବର୍ଷ ଜାନୁଆରିରେ ମୁକ୍ତିଲାଭ କରିଥିଲା। ଏଥିରେ ବରୁଣ ଧାୱନ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ ଥିଲେ। ଏହାବ୍ୟତୀତ ସେ ଏବିସିଡି, ଏବିସିଡି-୨, ରେସ୍‌-୩ ଭଳି ଫିଲ୍ମର ନିର୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe