ସରୋଜ ଖାନ୍‌ଙ୍କର ବାୟୋପିକ୍‌ ନିର୍ମାଣ କରିବେ ରେମୋ

Advertisment
ସରୋଜ ଖାନ୍‌ଙ୍କର ବାୟୋପିକ୍‌ ନିର୍ମାଣ କରିବେ ରେମୋ

India TV

ଦିବଂଗତ ବଲିଉଡ୍‌ କୋରିଓଗ୍ରାଫର୍‌ ତଥା ମାଷ୍ଟରଜୀ ସରୋଜ ଖାନ୍‌ଙ୍କର ବାୟୋପିକ୍‌ ନିର୍ମାଣ କରିବେ ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା। ମାଷ୍ଟରଜୀଙ୍କର ବା‌ୟୋପିକ୍ ନିର୍ମାଣ ପାଇଁ ଅନେକ ଚଳଚ୍ଚିତ୍ର ନିର୍ଦ୍ଦେଶକ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଜୀବିତାବସ୍ଥାରେ କୁନାଲ କୋହଲି ଓ ବାବା ଯାଦବ ଭଳି ନିର୍ଦ୍ଦେଶକ ମାଷ୍ଟରଜୀଙ୍କୁ ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। କିନ୍ତୁ ରେମୋ ହିଁ ତାଙ୍କ ବାୟୋପିକ୍‌ ନିର୍ମାଣ କରନ୍ତୁ ବୋଲି ସରୋଜଙ୍କ ଇଚ୍ଛା ଥିଲା। ମାଷ୍ଟରଜୀଙ୍କ ଝିଅ ସୁକୈନା ନାଗପାଲ ନିକଟ ଅତୀତରେ ଦେଇଥିବା ଏକ ସାକ୍ଷାତକାରରେ ଏ କଥା ସ୍ପଷ୍ଟ କରିଛନ୍ତି। ଏ ସଂପର୍କରେ ରେମୋ କହିଛନ୍ତି, ମାଷ୍ଟରଜୀଙ୍କ ବାୟୋପିକ୍‌ ତିଆରି କରିବା ତାଙ୍କର ଡ୍ରିମ୍‌-ପ୍ରୋଜେକ୍ଟ। ୩ ବର୍ଷ ବୟସରୁ ମାଷ୍ଟଜୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜୀବନୀ ଏହି ଚଳଚ୍ଚିତ୍ରରେ ସ୍ଥାନିତ ହେବ ବୋଲି ସେ କହିଛନ୍ତି। ଚଳଚ୍ଚିତ୍ରରେ ପୃଥକ୍‌ ପୃଥକ୍‌ ଅଭିନେତ୍ରୀଙ୍କୁ ନିଆଯିବ ବୋଲି ରେମୋ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe