ଟ୍ରେଲର ରିଲିଜ୍ ହେବା ପରେ 'ଛପାକ୍' ଟିମ୍ ଓ ଏସିଡ୍ ପୀଡ଼ିତା ଲକ୍ଷ୍ମୀଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ, ଜାଣନ୍ତୁ କାରଣ

ଟ୍ରେଲର ରିଲିଜ୍ ହେବା ପରେ 'ଛପାକ୍' ଟିମ୍ ଓ ଏସିଡ୍ ପୀଡ଼ିତା ଲକ୍ଷ୍ମୀଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ, ଜାଣନ୍ତୁ କାରଣ

amarujala.com

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଛପାକ'ର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଦର୍ଶକ ଫିଲ୍ମର ଟ୍ରେଲରକୁ ପସନ୍ଦ କରିବାରେ ଲାଗି ପଡ଼ିଛନ୍ତି। ଏହି ଫିଲ୍ମରେ ଦୀପିକା ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଆସି ତାଙ୍କ କାହାଣୀ ଜଣାଇଛନ୍ତି। ଟ୍ରେଲର ରିଲିଜ୍ ପରେ ଦୀପିକାଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରୁଥିବା ବେଳେ ଏବେ ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ ଟ୍ରେଲର ରିଲିଜ୍ ପ‌ରେ ଖୁସି ନ ଥିବା ଜଣାପଡ଼ିଛି।

laxmi agarwal amarujala.com

ବଲିଉଡ୍ ହଙ୍ଗାମା ୱେବସାଇଟ୍ ମୁତାବକ, ଲକ୍ଷ୍ମୀ ଅଗ୍ରୱାଲ ଫିଲ୍ମ ପାଇଁ ମିଳିଥିବା ଟଙ୍କାକୁ ନେଇ ଖୁସି ନାହାନ୍ତି। ଲକ୍ଷ୍ମୀଙ୍କୁ ଫିଲ୍ମର କପିରାଇଟ୍ ପାଇଁ ୧୩ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ସେ ସମୟରେ ସେ ମିଳିଥିବା ଟଙ୍କାକୁ ନେଇ ଖୁସି ଥିଲେ। କିନ୍ତୁ ଏବେ ଟ୍ରେଲର ରିଲିଜ୍ ପରେ ସେ ଫିଲ୍ମ ନିର୍ମାତାଙ୍କୁ ଅଧିକ ଟଙ୍କା ମାଗିବା ଆରମ୍ଭ କରିଛନ୍ତି। ଯାହା ପାଇଁ 'ଛପାକ୍' ଟିମ୍ ଓ ଲକ୍ଷ୍ମୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe