ସ୍ବାଧୀନ ଅଭିବ୍ୟକ୍ତି ଉପରେ ପ୍ରତିବନ୍ଧକ ବୃଦ୍ଧି ପାଇଛି: ଗୁଲଜାର୍

ସ୍ବାଧୀନ ଅଭିବ୍ୟକ୍ତି ଉପରେ ପ୍ରତିବନ୍ଧକ ବୃଦ୍ଧି ପାଇଛି: ଗୁଲଜାର୍

ସଂପ୍ରତି ରାଜନୈତିକ ପାଣିପାଗକୁ ନେଇ ସ୍ବାଧୀନ ଭାବେ ମତ ପୋଷଣ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ବୃଦ୍ଧି ପାଇଛି ବୋଲି ବରିଷ୍ଠ କବି ତଥା ଲେଖକ ଗୁଲଜାର କହିଛନ୍ତି। ସମୟ ବଦଳିବା ସହିତ କଥା ବାକ୍‌ ସ୍ବାଧୀନତାର ମଧ୍ୟ ହ୍ରାସ ପାଇଛି। ପୂର୍ବରୁ ମତ ପୋଷଣ କରିବାକୁ ନେଇ ପ୍ରତିବନ୍ଧକ ଥିଲା, ମାତ୍ର ସେ ନେଇ ଆମେ ଭୟଭୀତ ନଥିଲୁ। କିନ୍ତୁ ବର୍ତ୍ତମାନ ସମୟରେ ମନରେ ଭୟ ବା ଡରର ମାତ୍ରା ବୃଦ୍ଧି ପାଇଛି। କୌଣସି ପ୍ରସଙ୍ଗ ବାହାରେ ମତ ବ୍ୟକ୍ତ କରିବା ଦ୍ବାରା ବିପଦକୁ ଘନୀଭୂତ କରୁଛି। ଯାହା ଚିନ୍ତାଜନକ ବିଷୟ। ତେଣୁ ବର୍ତ୍ତମାନ ସବୁକିଛିକୁ ଭୁଲ୍ ପ୍ରମାଣିତ କରିବାର ଆବଶ୍ୟକତା ରହିଛି ବୋଲି ଗୁଲଜାର୍ କହିଛନ୍ତି। ‘ଏ ପୋଏମ୍ ଏ ଡେ’ ନାମକ ଏକ କବିତା ସଙ୍କଳନ ପ୍ରକାଶ ପାଇବା ଅବସରରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ ଭର୍ଚୁଆଲ୍ ସାକ୍ଷାତ୍‌କାର ଅବସରରେ ସେ ଏହି ମତପୋଷଣ କରିଛନ୍ତି। ୩୬୫ଟି କବିତାକୁ ନେଇ ଲିଖିତ ଏହି ପୁସ୍ତକରେ ୨୭୯ ଜଣ କବିଙ୍କ ୩୪ଟି ଭାଷାରେ ଲିଖିତ କବିତା ଅନୁବାଦିତ ହୋଇଛି। ଗୁଲ୍‌ଜାର କବିତା ଗୁଡ଼ିକୁ ଇଂରାଜୀ ଓ ହିନ୍ଦୁସ୍ଥାନୀ ଭାଷାରେ ଅନୁବାଦ କରିଛନ୍ତି।

ଏହା ସହିତ ସେ ବର୍ତ୍ତମାନର ପିଢ଼ିଙ୍କ ଅତୀତର କବିତା ସହିତ ଜଡ଼ିତ ରହିବାକୁ ପ୍ରୟାସ କରୁନାହାନ୍ତି। ଯେଉଁଥିପାଇଁ ପିଲାମାନେ ଵିଲିୟମ୍ ସେକ୍ସପିଅର, ଆଲଫ୍ରେଡ୍ ଟେନିସନ୍, ରବର୍ଟ ଵାରସୋ, ରବୀନ୍ଦ୍ରନାଥ ଟାଗୋରଙ୍କ ଭଳି କବିତା ସହିତ ଯୋଡ଼ି ହେବାରେ ବିଫଳ ହେଉଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe