ଫିଲ୍ମରେ ଇର୍‌ଫାନ ପଠାନ୍‌ !

Advertisment
ଫିଲ୍ମରେ ଇର୍‌ଫାନ ପଠାନ୍‌ !

The Indian Express

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଇର୍‌ଫାନ୍‌ ପଠାନ୍‌ ଫିଲ୍ମ‌ରେ ପାଦ ଦେଇଛନ୍ତି। ହିନ୍ଦୀ ନୁହେଁ, ବରଂ ତାମିଲ୍ ଫିଲ୍ମ ‘କୋବ୍ରା’‌ରେ ସେ ଅଭିନୟ କରିବେ। ଇର୍‌ଫାନ୍‌ଙ୍କ ୩୬ତମ ଜନ୍ମଦିନରେ ତାଙ୍କ ଅଭିନୀତ ଫିଲ୍ମର ପ୍ରଥମ ଲୁକ୍‌ ପୋଷ୍ଟର ରିଲିଜ୍‌ ହୋଇଛି।

ଫିଲ୍ମରେ ସେ ଫ୍ରେଞ୍ଚ୍‌ ଇଣ୍ଟ‌ରପୋଲ୍‌ ଅଧିକାରୀ ଅସ୍‌ଲାନ୍‌ ୟିଲ୍‌ମାଜ ଚରିତ୍ରରେ ଅଭିନୟ କରିବେ। ତାମିଲ୍ ସୁପରଷ୍ଟାର ବିକ୍ରମ ଏଥିରେ ଭାରତୀୟ ଜାସୁସ୍‌ ଭୂମିକାରେ ଅଭିନୟ କରିବେ ବୋଲି କିଛି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଫିଲ୍ମର ସୁଟିଂ ଚାଲୁ ରହିଥିବା ବ‌େଳେ କେ.ଏସ୍‌ ରବି କୁମାର, ଶ୍ରୀନିଧି ସେଟ୍ଟୀଙ୍କ ଭଳି ତାରକା ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଆସନ୍ତା ବର୍ଷ ମୁକ୍ତିଲାଭ କରିବା ନେଇ ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe