ନୂଆଦିଲ୍ଲୀ: ଈଶ୍ବର ବିଶ୍ବାସୀ ନହେବା ପାପ ନୁହେଁ। ଏଭଳି କହି ସୁପରଷ୍ଟାର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କୁ ସମର୍ଥନ କଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା। ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ତାଙ୍କର ଅନ୍ୟ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। RRR ଏବଂ ବାହୁବଳୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଏସ୍ଏସ୍ ରାଜାମୌଲି ଏବେ ଏସିଆର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ 'ବାରାଣସୀ' ରଖାଯାଇଛି। ପ୍ରଶଂସକମାନଙ୍କ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ ବିଶାଳ କାର୍ଯ୍ୟକ୍ରମ କରାଯାଇ ଫିଲ୍ମର ଟିଜର ରିଲିଜ୍ କରାଯାଇଥିଲା। ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲେ ବି ରାଜାମୌଲି ଦେଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା।
ଈଶ୍ବରଙ୍କ ଉପରେ ଭରସା ନଥିବା କହିବା ସହ ପ୍ରଭୁ ହନୁମାନଙ୍କୁ ନେଇ କହିଥିବା କଥା ପାଇଁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ସୂଚନା ମୁତାବକ, ଇଭେଣ୍ଟରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଫିଲ୍ମର ଟିଜର ଚାଲିବାରେ ଅସୁବିଧା ହୋଇଥିଲା। ଏହାକୁ ଠିକ୍ କରିବା ପାଇଁ ସମୟ ଲାଗିବାରୁ ବିରକ୍ତ ହୋଇଯାଇଥିଲେ ରାଜାମୌଲି। ବିରକ୍ତ ହୋଇ ମୁଁ ନାସ୍ତିକ...ଈଶ୍ବରଙ୍କୁ ବିଶ୍ବାସ କରେ ନାହିଁ ବୋଲି ସେ କହିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯିବା ସହ ଫିଲ୍ମକୁ ବଏକଟ କରିବାକୁ ଲୋକେ ଦାବି କରିଥିଲେ। ଏହି ବିବାଦ ମଧ୍ୟରେ ଏବେ ତାଙ୍କୁ ସମର୍ଥନ କରିଛନ୍ତି ରାମ ଗୋପାଳ ବର୍ମା।
ରାଜାମୌଲିଙ୍କ ସପକ୍ଷରେ ବାହାରିଲେ ରାମ ଗୋପାଳ
ବିବାଦ ବଢ଼ିବାର କିଛି ଦିନ ପରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏଥିରେ ହସ୍ତକ୍ଷେପ କରିଛନ୍ତି। ସେ ଏକ୍ସରେ ରାଜାମୌଲିଙ୍କ ସପକ୍ଷରେ ଟ୍ବିଟ କରି ଲମ୍ବା ନୋଟ ସେୟାର କରିଛନ୍ତି। ବର୍ମା ନିଜ ନୋଟରେ ଭାରତରେ ନାସ୍ତିକ ହେବା ଅପରାଧ ନୁହେଁ ବୋଲି ଲେଖିଛନ୍ତି। ଯିଏ ଧର୍ମ ବା ଭଗବାନଙ୍କୁ ବିଶ୍ବାସ କରେ ନାହିଁ ସେ ଏହି କଥା ନିଡ଼ର ହୋଇ କହିପାରିବ ବୋଲି ବର୍ମା ନିଜ ପୋଷ୍ଟରେ ଲେଖିଛନ୍ତି। ତାଙ୍କ କହିବା ମୁତାବକ, ଜଣେ ନିର୍ଦ୍ଦେଶକ ବିଭିନ୍ନ ପ୍ରକାର ଫିଲ୍ମ ନିର୍ମାଣ କରିଥାଏ। ଯିଏ ଈଶ୍ବରଙ୍କ ଉପରେ ଫିଲ୍ମ କରୁଛି ତା’ର ମାନେ ନୁହେଁ ଯେ ସେ ଈଶ୍ବରଙ୍କୁ ବିଶ୍ବାସ କରିବାକୁ ବାଧ୍ୟ। କାରଣ ଗ୍ୟାଙ୍ଗଷ୍ଚର ଉପରେ ଫିଲ୍ମ ନିର୍ମାଣ କରୁଥିବା ନିର୍ଦ୍ଦେଶକ ଗ୍ୟାଙ୍ଗଷ୍ଟର ବା ଭୂତ ଫିଲ୍ମ ନିର୍ମାଣ କରୁଥିବା ନିର୍ଦ୍ଦେଶକ ଭୂତ ହୋଇନଥାଏ।
ଆହୁରି ପଢ଼ନ୍ତୁ: Miracle Of Prabhu Jagannath: ପ୍ରଭୁ ଜଗନ୍ନାଥଙ୍କ ଚମତ୍କାର: କୋମାରୁ ଫେରିଲା ରାଜସ୍ଥାନର ନିତିନ
In the context of all the venom being spewed by the so called believers on @ssrajamouli they should know that being an atheist in India is not a crime . Article 25 of the Constitution protects the right to not believe
— Ram Gopal Varma (@RGVzoomin) November 21, 2025
So he has every right to say he doesn’t believe as much as the…
ଭଗବାନଙ୍କୁ ବିଶ୍ବାସ ନକରି ବି ଅନେକ ସଫଳତା ପାଇଛନ୍ତି ରାଜାମୌଲି
ସେ ଆହୁରି ଲେଖିଛନ୍ତି ଯେ, "ଈଶ୍ୱରଙ୍କୁ ବିଶ୍ୱାସ କରୁ ନଥିଲେ ମଧ୍ୟ, ଈଶ୍ୱର ରାଜାମୌଲିଙ୍କୁ ୧୦୦ ଗୁଣ ଅଧିକ ସଫଳତା, ଅଧିକ ଧନ ଏବଂ ଅଧିକ ପ୍ରଶଂସକ ଦେଇଛନ୍ତି, ଯାହା ଈଶ୍ବରଙ୍କୁ ବିଶ୍ବାସ କରୁଥିବା ଲୋକଙ୍କୁ ବି ମିଳିନାହିଁ। ତେବେ ଯଦି ଈଶ୍ୱରଙ୍କର କୌଣସି ସମସ୍ୟା ନାହିଁ, ତେବେ ସ୍ୱୟଂ ଘୋଷିତ ଈଶ୍ୱର ଉପାସକମାନଙ୍କର କାହିଁକି ରକ୍ତଚାପ ବଢ଼ୁଛି। ଭାରତରେ କୌଣସି ବ୍ୟକ୍ତି ନାସ୍ତିକ ହେବା ଅପରାଧ ନୁହେଁ। ସମସ୍ତେ ସ୍ବଇଚ୍ଛାରେ ନିଜର ମତ ପ୍ରକାଶ କରିବାର ସ୍ବାଧୀନତା ରଖିଛନ୍ତି। ସମ୍ବିଦାନର ଧାରା ୨୫ରେ ଏହା ଉଲ୍ଲେଖ ଅଛି। ଈଶ୍ବରଙ୍କୁ ବିଶ୍ବାସ ନକରି ବି ବିଶ୍ବାସ କରୁଥିବା ଲୋକଙ୍କଠାରୁ ସେ ଅଧିକ ସଫଳ ହୋଇଥିବାରୁ ଲୋକେ ଏହା ସହିପାରୁନାହାନ୍ତି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/untitled-12-2025-11-22-15-11-45.jpg)