ପୁରୀ: ଡାକ ଶୁଣିଲା ଜଗା। ସବୁ ଆଶା ହରାଇ ବସିଥିବା ବାପାକୁ ଆଶାର ଆଲୋକ ଦେଲେ ପ୍ରଭୁ ଶ୍ରୀ ଜଗନ୍ନାଥ। ପୁଅ ଆଉ ବଞ୍ଚିବନି...ତା’ର ବଞ୍ଚିବା ଅସମ୍ଭବ... ଆମେ ଆଉ କିଛି କରିପାରିବୁ ନାହିଁ। ଏବେ କେବଳ ଭଗବାନ ସାହା ଭରସା। ଡାକ୍ତରଙ୍କଠାରୁ ଏହା ଶୁଣି ହତାଶ ହୋଇପଡ଼ିଥିଲେ ମାତାପିତା। ଦୁନିଆ ଦେଖିବା ଆଗରୁ ପୁଅ ସେମାନଙ୍କୁ ଛାଡ଼ି ଚାଲିଯିବାର ଡ଼ର ସେମାନଙ୍କ ହୃଦୟକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଥିଲେ। ଭଗବାନ ସାହା ଭରସା ବୋଲି ଶୁଣିବା ପରେ ରାଜସ୍ଥାନର ପ୍ରକାଶ ଭୋଇଙ୍କ ଆଖି ଆଗରେ ନାଚି ଉଠିଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୁଇ ଆଖି। ଡାକ୍ତର ହାତ ଟେକି ଦେବା ପରେ ବିଳମ୍ବ ନକରି ପୁଅକୁ ଧରି ପୁରୀ ଚାଲି ଆସିଥିଲେ ପ୍ରକାଶ। ଆଜି ତାଙ୍କ ବିଶ୍ବାସର ବିଜୟ ହୋଇଛି। ଅଚେତ ହୋଇ ପଡ଼ିଥିବା ପୁଅର ଚେତା ଫେରିଛି। କୋମାରେ ଥିବା ପୁଅ ଏବେ ହାତ-ଗୋଡ ହଲାଉଛି ଏବଂ ଖାଦ୍ୟ ଖାଉଛି।
ହାତ ଟେକି ଦେଇଥିଲେ ଡାକ୍ତର
ସୂଚନା ମୁତାବକ, ନଭେମ୍ବର ୮ତାରିଖରେ ପୁଅ ନିତିନ ଭୋଇକୁ ଧରି ପୁରୀ ଚାଲି ଆସିଥିଲେ ପ୍ରକାଶ। ସାଙ୍ଗରେ ଥିଲେ ପତ୍ନୀ ପାୟଲ। ରାଜସ୍ଥାନର ପ୍ରାୟ ସବୁ ଡାକ୍ତରଖାନାକୁ ଯିବା ପରେ ପୁଅ ଆଉ କୋମାରୁ ଫେରିବନି ବୋଲି କହିଥିଲେ ଡାକ୍ତର। ହେଲେ ମାନିନଥିଲା ପ୍ରକାଶଙ୍କ ମନ। ଜଗତର ନାଥ ଯେଉଁଠି ଅଛି, ସେଠାରେ ଏ ଅସମ୍ଭବ ବି ସମ୍ଭବ ହେବ ବୋଲି ବିଶ୍ବାସ କରି ସେ ଚାଲି ଆସିଥିଲେ ପୁରୀ। ଆଜି ତାଙ୍କର ସେହି ବିଶ୍ବାସର ଜୟ ହୋଇଛି। ନଭେମ୍ବର ୮ତାରିଖରେ ପୁଅ ନିତିନକୁ ଧରି ଶ୍ରୀମନ୍ଦିର ଦୁଆର ମୁହଁରେ ଗୁହାରି କରିଥିଲେ ପ୍ରକାଶ। ପୁଅକୁ ବଞ୍ଚାଇ ଦେ ବୋଲି ଆକୁଳ ନିବେଦନ କରି ସେ ନିଜକୁ ପ୍ରଭୁଙ୍କ ଆଗରେ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଥିଲେ। ଆଜି ୧୯ଦିନ ପରେ ନିତିନର ଚେତା ଫେରିବା ସହ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: Father's Reaction: ବାପା ମୋ ସୋ’ ଦେଖିବ...ପୁଅ କଥା ମାନି YouTube ଖୋଲିବା ବେଳକୁ ମିଳିଲା ମୃତ୍ୟୁ ଖବର
ସୂଚନା ମୁତାବକ, ନିତିନ ଏବେ ନାକ ବାଟେ(ନାଜାଲ ଫିଡିଂ)ଖାଦ୍ୟ ଖାଉଛନ୍ତି। ଏବେ ତାଙ୍କୁ କେବଳ କ୍ଷୀର ଦିଆଯାଉଛି। ପୁଅ ସୁସ୍ଥ ହେଉଥିବା ଦେଖି ପ୍ରକାଶ ତାଙ୍କ ପୁଅକୁ ଧରି ଆଜି ପୁଣି ସିଂହଦ୍ବାରରେ ପହଞ୍ଚିଥିବା ଜଣାଯାଇଛି। ମହାପ୍ରଭୁ ପୁଅକୁ ଠିଆ କରିଦିଅନ୍ତୁ ବୋଲି କହି ସେ ମହାବାହୁଙ୍କୁ ଆକୁଳ ନିବେଦନ କରିଛନ୍ତି।
ଆହୁରି ପଢ଼ନ୍ତୁ: Arms Smuggling Gang Busted: ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର ପଣ୍ଡ କଲା ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/puri-2025-11-22-14-32-10.jpg)