ଦୁବାଇ: ଶୁକ୍ରବାର ଦିନ ଦୁବାଇରେ ଆୟୋଜିତ ଏୟାର ସୋ’ରେ ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ନମାଂଶ ସ୍ୟାଲ୍ ସହିଦ ହୋଇଥିଲେ। ଏହି ଘଟଣା ପରେ ଚାରିଆଡେ ଏହି ଖବର ପ୍ରସାରି ହୋଇଥିଲା। ହେଲେ ତାଙ୍କ ବାପା ପ୍ରଥମେ ଏହି ଦୁଃଖଦ ଘଟଣା ବିଷୟରେ YouTube ମାଧ୍ୟମରେ ଜାଣିବାକୁ ପାଇଥିଲେ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶର କାଙ୍ଗଡ଼ାର ବାସିନ୍ଦା ଜଗନ ନାଥ ସ୍ୟାଲ୍ ଏୟାର ସୋ’ ସହ ଜଡିତ ଭିଡିଓ ଦେଖିବାକୁ YouTube ଖୋଲିବା ପରେ ତାଙ୍କୁ ତାଙ୍କ ପୁଅର ମୃତ୍ୟୁ ଖବର ମିଳିଥିଲା। ପୁଅର ପ୍ରଦର୍ଶନ ଦେଖିବା ପାଇଁ ଉତ୍ସାହିତ ହୋଇ ଜଗନ ନାଥ ସ୍ୟାଲ୍ YouTube ଖୋଲିଥିବା ବେଳେ ତାଙ୍କ ପୁଅର ବିମାନ ଜଳୁଥିବାର ଦେଖିଥିଲେ।
YouTubeରେ ଏୟାର ସୋ’ ଦେଖିବାକୁ କହିଥିଲେ ନମାଂଶ
ଅବସରପ୍ରାପ୍ତ ସ୍କୁଲ୍ ପ୍ରିନ୍ସିପାଲ ଜଗନ ନାଥ ସ୍ୟାଲ୍ଙ୍କ ଅନୁଯାୟୀ, ସେ ଗୋଟିଏ ଦିନ ପୂର୍ବରୁ ତାଙ୍କ ପୁଅ ସହିତ କଥା ହୋଇଥିଲେ। ନମାଂଶ ତାଙ୍କୁ ଟିଭି କିମ୍ବା YouTubeରେ ତାଙ୍କ ଏୟାର ସୋ’ ଦେଖିବାକୁ କହିଥିଲେ। ଘଟଣା ଦିନ ପୁଅ କହିଥିବା କଥା ମନେ ପଡ଼ିବାରୁ ସେ ସନ୍ଧ୍ୟା ପ୍ରାୟ ୪ଟା ସମୟରେ YouTube ଖୋଲି ଏୟାର ସୋ’ ଦେଖିବାକୁ ଭିଡିଓ ଖୋଜୁଥିବା ସମୟରେ ବିମାନ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। କିଛି ସମୟ ପରେ, ୬ ଜଣ ବାୟୁସେନା ଅଧିକାରୀ ତାଙ୍କ ଘରେ ପହଞ୍ଚିଲେ, ଯାହା ଦେଖି ସେ ନିଶ୍ଚିତ ହୋଇଯାଇଥିଲେ ଯେ, କିଛି ଗୋଟେ ବଡ଼ ଘଟଣା ଘଟିଛି। ଏହା ପରେ ତାଙ୍କୁ ପୁଅର ଦେହାନ୍ତ ଖବର ମିଳିଥିଲା।
ଆହୁରି ପଢ଼ନ୍ତୁ: Dharmendra Pradhan Bhadrak: ଆଗାମୀ ୧୦ ବର୍ଷ ରାଜ୍ୟକୁ ଦେବା, ଓଡ଼ିଶାକୁ ଚରମ ବୈଭବରେ ପହଞ୍ଚାଇବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନମାଂଶଙ୍କ ପରିବାର ବର୍ତ୍ତମାନ କୋଏମ୍ବାଟୁରରେ ଅଛନ୍ତି। ତାଙ୍କ ସ୍ତ୍ରୀ କୋଲକାତାରେ ତାଲିମ ନେଉଥିବାରୁ ଗତ ଦୁଇ ସପ୍ତାହ ଧରି ସେମାନଙ୍କର ୭ ବର୍ଷର ଝିଅ ଆର୍ଯ୍ୟାଙ୍କ ଯତ୍ନ ନେଉଥିଲେ ଜଗନ ନାଥ ଏବଂ ତାଙ୍କ ପତ୍ନୀ।
ଦୁବାଇ ଏୟାର ସୋ’ର ଶେଷ ଦିନରେ ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍ (ଏଲ୍ସିଏ ମାର୍କ-୧) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ଅଲ୍ ମକ୍ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ (ଭାରତୀୟ ସମୟ ଅପରାହ୍ନ ୩.୪୦) ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ରନ୍ୱେ ନିକଟରେ ଖସିପଡ଼ିବା ସହ ଜଳିଯାଇଥିଲା।
ଆହୁରି ପଢ଼ନ୍ତୁ: Mohan Bhagwat's BIG statement on Hindus: ‘ହିନ୍ଦୁ ବିନା ବିଶ୍ୱର ଅସ୍ତିତ୍ୱ ନାହିଁ’: ମୋହନ ଭାଗବତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/flight-crashed-2025-11-22-12-51-41.jpg)