ଭଦ୍ରକ/ଧାମନଗର: ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆାଗାମୀ ୧୦ ବର୍ଷ ବେଶ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଆଗାମୀ ୧୦ ବର୍ଷ ରାଜ୍ୟକୁ ଦେବା, ଓଡ଼ିଶାକୁ ଚରମ ବୈଭବରେ ପହଞ୍ଚାଇବା। ଆଜି ଦୋବଲ କାଳୀପଡ଼ିଆଠାରେ ଅାୟୋଜିତ ଏକତା ପଦଯାତ୍ରା ଅବସରରେ ଆୟୋଜିତ ସାଧାରଣସଭାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଜନସଭାରେ ଉଦବୋଧନ ଦେଇକହିଛନ୍ତି, ଓଡ଼ିିଆ ଅସ୍ମିତା ପାଇଁ ରାଜା ମୁକୁନ୍ଦ ଦେବ ଲଢ଼ିଥିଲେ। ଗ୍ରାମାଞ୍ଚଳର ବିକାଶ ପାଇଁ ଶିକ୍ଷା ଉପରେ ସେ ଗୁରୁତ୍ବ ଦେଇଥିଲେ। ଗାଁ ପରିମଳ ପ୍ରସଙ୍ଗ ଉଠାଇ ଗ୍ରାମରେ ବୃକ୍ଷରୋପଣକୁ ଗୁରୁତ୍ବ ପ୍ରତି ଯନ୍ତବାନ ହେବା ଆବଶ୍ୟକ। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ୧୦୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏଥିସହ ସେନାପତିଆ ପୋଖରୀ ପାରିପାର୍ଶ୍ବିକ ଉନ୍ନତିକରଣ, ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ, ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସେ। ସେହିପରି ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ୧୦ଟି ପ୍ରକଳ୍ପ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ୨୧.୨୫କୋଟି ଟଙ୍କାର ୩ଟି ପ୍ରକଳ୍ପ ଓ ଡ୍ରେନେଜ୍ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ହେବାକୁ ଥିବା ୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।
ଆହୁରି ପଢ଼ନ୍ତୁ: Bridge Proposals: ଧାମନଗର ବନ୍ୟାଞ୍ଚଳରେ ୭ ସେତୁ ନିର୍ମାଣ ଲାଗି ମନ୍ତ୍ରୀଙ୍କ ପ୍ରସ୍ତାବ
ଏହାଛଡ଼ା ସେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଏବଂ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଧାମନଗର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋହିରାଟିକିରିରେ ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ନିକଟସ୍ଥ ମଠ ପରିଦର୍ଶନ କରିଥିଲେ। ଏହାପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର ଗୋହିରାଟିକିରିଠାରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।
ଆହୁରି ପଢ଼ନ୍ତୁ: Akshay Mohanty's 'Naagin': ଜାଣନ୍ତି କି? ଅକ୍ଷୟ ମହାନ୍ତିଙ୍କ ‘ନାଗିନ୍’
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶାଳ ରୋଡ୍ ସୋ କରିଥିଲେ। ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ସହ କର୍ମକର୍ତ୍ତାଙ୍କ ବାଇକ୍ ରାଲି ବି ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/22/untitled-1-2025-11-22-13-06-09.jpg)