ରିୟାଙ୍କ ବିରୋଧରେ ଜାରି ସିବିଆଇର ଲୁକଆଉଟ୍ ସର୍କୁଲାର ସୁପ୍ରିମକୋର୍ଟରେ ଖାରଜ

ସୁପ୍ରିମକୋର୍ଟଙ୍କଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଅଭିନେତ୍ରୀଙ୍କ ବିରୋଧରେ ଜାରି ସିବିଆଇର ଲୁକଆଉଟ୍ ସର୍କୁଲାରକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ |

rhea-chakraborty

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ବସ୍ତି ମିଳିଛି | ଅଭିନେତ୍ରୀ, ତାଙ୍କ ଭାଇ ଶୋଭିକ, ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ମା' ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସିବିଆଇ ଜାରି କରିଥିବା ଲୁକ୍ଆଉଟ୍ ନୋଟିସକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ | ଚଳିତ ବର୍ଷ ଫେବ୍ରୁଆରିରେ ସିବିଆଇ ଜାରି କରିଥିବା ଲୁକ୍ଆଉଟ୍ ନୋଟିସକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା  ସିବିଆଇ | ହେଲେ ଆଜି ବମ୍ବେ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ | 

ଜଷ୍ଟିସ୍ ବି.ଆର ଗବଇ ଏବଂ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଥିଲେ ଯେ, ଏହି ଆବେଦନ ଅତ୍ୟନ୍ତ ତୁଚ୍ଛ ଏବଂ ଅଭିଯୁକ୍ତମାନେ 'ହାଇ-ପ୍ରୋଫାଇଲ୍' ଥିବାରୁ ଏହା ଦାଖଲ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୀବନ ହାରିବା ପରେ ରିୟା ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ପରିବାର | ରିୟା, ସୁଶାନ୍ତଙ୍କୁ ଜୀବନ ହାରିବା ପାଇଁ ଉସୁକାଇଥିବା ନେଇ ପରିବାର ଅଭିଯୋଗ କରିବା ପରେ ସିବିଆଇ ହାତକୁ ତଦନ୍ତ ଭାର ଯାଇଥିଲା | ତଦନ୍ତ ବେଳେ ସିବିଆଇ ରିୟା ଓ ତାଙ୍କ ପରିବାର ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିଥିବାରୁ ଏହାକୁ ବିରୋଧ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରିୟା | ଚଳିତ ବର୍ଷ ଫେବ୍ରୁଆରିରେ ବମ୍ବେ ହାଇକୋର୍ଟ ସିବିଆଇର ନୋଟିସକୁ ଖାରଜ କରିଥିବା ବେଳେ ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲା ସିବିଆଇ | ହେଲେ ସୁପ୍ରିମକୋର୍ଟ ମଧ୍ୟ ସିବିଆଇର ଲୁକଆଉଟ୍ ନୋଟିସକୁ ଖାରଜ କରିଥିବା ଜଣାଯାଇଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe