ଇଡି ପଚାରିଥିବା ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଛନ୍ତି ରିୟା

Advertisment
‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’; ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ଶାହଙ୍କୁ ଇଡିର ସମନ

zeenews.india.com

ନୂଆଦିଲ୍ଲୀ: ଦିବଗଂତ  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ୍‌ ଆକ‌ାଉଣ୍ଟ୍‌ରୁ ଅର୍ଥ ହେର୍‌ଫେର୍‌ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ପଚରା ଯାଇଥିବା ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେବାରେ ବିଫଳ ହୋଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ‌ଯେ ଅଭିନେତ୍ରୀ ରିୟା, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କୁ ସୋମବାର ଦିନ ଇଡି ନଅ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା।

ଇନ୍ଦ୍ରଜିତ୍‌ଙ୍କୁ ଇଡି ପଚରାଉଚରା କରିବା ବେଳେ ଦ୍ବିିତୀୟ ଥର ପାଇଁ ରିୟାଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ଦିନ ରିୟାଙ୍କ ଭାଇ ସୋଭିଙ୍କ ବୟାନ ତୃତୀୟ ଥର ପାଇଁ ରେକର୍ଡ କରିଥିଲା ଇଡି।

publive-image Deccan Chronicle

ଚକ୍ରବର୍ତ୍ତୀ ପରିବାର ବ୍ୟତୀତ ଇଡି ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଥାନି, ରିୟାଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହାଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା। ବର୍ତ୍ତମାନ ଇଡି ରିୟାଙ୍କ ୨୦୧୭-୧୮ ଓ ୨୦୧୮-୧୯ ମସିହାର ଆୟକୁ ନେଇ ତଦନ୍ତ ଚଳାଇଛି।

ତଦନ୍ତ ସମୟରେ, ରିୟାଙ୍କୁ ତାଙ୍କ ଆୟକର ରିଟର୍ଣ୍ଣ ଏବଂ ପାଞ୍ଚ ବର୍ଷର ଆୟ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ରିୟା କହିଥିଲେ କି ତାଙ୍କ ବିଷୟରେ ସେ ନିଜେ ଅଧିକ କିଛି ଜାଣନ୍ତି ନାହିଁ। ଶ୍ରୁତି ମୋଦୀ ଏବଂ ରିତେଶ ଶାହା ତାଙ୍କ ଲାଭ ଏବଂ କ୍ଷତି କଥା ବୁଝୁଥିଲେ।

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ବାପା କେ.କେ ସିଂହ ଅଭିଯୋଗ ଆଣିଥିଲେ ‌ଯେ ରିୟା ସୁଶାନ୍ତଙ୍କୁ ପ୍ରତାରଣା ଦେବା ସହ ତାଙ୍କ ଆକାଉଣ୍ଟ୍‌ରୁ ୧୫ କୋଟି ଟଙ୍କା ନିଜ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରିଛନ୍ତି। ଏହା ଉପରେ ଇଡି ଜୁଲାଇ ୩୧ ତାରିଖରେ ବିହାର ପୋଲିସର ଏଫଆଇଆର ଆଧାରରେ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe