ସିବିଆଇ ପକ୍ଷରୁ ରିୟା ଓ ତାଙ୍କ ପରିବାରକୁ କୌଣସି ସମନ ଜାରି କରାଯାଇ ନାହିଁ: ରିୟାଙ୍କ ଓକିଲ

Advertisment
ସିବିଆଇ ପକ୍ଷରୁ ରିୟା ଓ ତାଙ୍କ ପରିବାରକୁ କୌଣସି ସମନ ଜାରି କରାଯାଇ ନାହିଁ: ରିୟାଙ୍କ ଓକିଲ

Pinkvilla

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ହାତକୁ ଯିବା ପରେ ସିବିଆଇ ତଦନ୍ତ ଆରମ୍ଭ କରିସାରିଛି। ମାତ୍ର ଏଯାବତ୍‌ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କୁ  ସିବିଆଇ କୌଣସି ସମନ ପଠାଇ ନାହିଁ ବୋଲି କହିଛନ୍ତି ରିୟାଙ୍କ ଓକିଲ୍‌ ସତୀଶ ମନସିନ୍ଦେ। ପୂବର୍ରୁ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରି ରିୟା ଓ ତାଙ୍କ ପରିବାରକୁ ସିବିଆଇ ସମନ ପଠାଇଛି।

ତେବେ, ରିୟାଙ୍କ ଓକିଲଙ୍କ କହିବାନୁଯାୟୀ, ‘ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ତରଫରୁ କୌଣସି ସମନ ପଠାଯାଇ ନାହିଁ। ସମନ ମିଳିବା ପରେ ରିୟା ଓ ତାଙ୍କ ପରିବାର ପୂର୍ବରୁ ମୁମ୍ବାଇ ପୁଲିସ ଏବଂ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ଭଳି ସିବିଆଇ କାର୍ଯ୍ୟାଳୟରେ ମଧ୍ୟ ଉପସ୍ଥିତ ହେବେ। ଏଥିରେ ଭାବିବା ଭଳି କୌଣସି କଥା ନାହିଁ।’

publive-image BBC.com

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପାଟନାରେ ଏକ ଏଫ୍ଆଇଆର ରୁଜୁ କରି ସୁଶାନ୍ତଙ୍କ ବାପା କେ.କେ ସିଂ ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କ ନାମରେ ଅଭିଯୋଗ ଆଣି କହିଥିଲେ କି ରିୟା ସୁଶାନ୍ତଙ୍କ ଟଙ୍କା ହେର୍‌ଫେର୍‌ କରିବା ସହ ତାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିଲେ। ରିୟାଙ୍କ ସହ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ଭାଇ ସୋଭିକ୍‌ ଚକ୍ରବର୍ତ୍ତୀଙ୍କୁ ଇଡି ଦୁଇ ଥର ପଚରାଉଚରା କରିସାରିଛି।

ଉଲ୍ଳେଖଯୋଗ୍ୟ, ଗଣେଶ ଚତୁର୍ଥୀ ଅବସରରେ ସୁଶାନ୍ତଙ୍କ ଭଉଣୀ ସ୍ବେତା ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଭିଡ଼ିଓ କନଫ୍ରେନ୍ସ ଜରିଆରେ କଥାବାର୍ତ୍ତା କରି ଭାଇକୁ ନ୍ୟାୟ ଦେବାରେ ସହାୟତା କରିବା ପାଇଁ କହିଥିଲେ। ଏହି ସମୟରେ ୧୦୧ ଟି ଦେଶର ଲୋକଙ୍କ ସହ ସେ ଜଡ଼ିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe